ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି । ଏପର୍ଯ୍ୟନ୍ତ ଏହାକୁ ୧୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ ଭିଡିଓକୁ ଦେଖି ବହୁ କମେଣ୍ଟ ମଧ୍ୟ ଆସିଛି । ଏହି ଭିଡିଓରେ ସାରା କପଡା ଦଉଡିରେ ଝୁଲୁଥିବା ନଜର ଆସିଛନ୍ତି । ତେବେ ସାରା ଫିଟ୍ ରହିବା ପାଇଁ ଏମିତି ଯୋଗ କରୁଥିବା କୁହାଯାଉଛି । ସେ ଏହି ଭିଡିଓକୁ ଇନଷ୍ଟାଗ୍ରମରେ ଶେୟାର କରିବା ସହ ଲେଖିଛନ୍ତି, ୱିକେଣ୍ଡ ମେ ଝୁଲତେ ହୁୂଏ । ସୂଚନାଯୋଗ୍ୟ, ସାରା ଏବେ ମା’ ଅମୃତା ସିଂ ଓ ଭାଇ ଇବ୍ରାହିମଙ୍କ ସହ ମାଲଦ୍ୱିପରେ ଛୁଟି କାଟୁଛନ୍ତି । ସେହିଠାରୁ ହିଁ ସେ ଏହି ଭିଡିଓ ଶେୟାର କରିଛନ୍ତି । ଏହା ପୂର୍ବରୁ ବି ସେ ତାଙ୍କ ଭ୍ୟାକେଶନର ବହୁ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ନିକଟରେ ସାରାଙ୍କ ଅଭିନୀତ ଫିଲ୍ମ ‘କୁଲି ନମ୍ବର ୱାନ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲେ ବି ଏହା ଦର୍ଶକଙ୍କୁ ଏତେଟା ପସନ୍ଦ ଆସି ନ ଥିଲା ।

Share