ଲଗଜରୀ କାର ଛାଡି ମେଟ୍ରୋରେ ବୁଲିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି। ସେ ପ୍ରାୟତଃ ନିଜ କାମରୁ ବିରତି ନେଇ ବୁଲିବାକୁ କୌଣସି ନା କୌଣସି ସ୍ଥାନକୁ ଯାଆନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ନିଜର ଲଗଜରୀ କାର ଛାଡି ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଏହାର ଫଟୋ ସାରା ଅଲି ଖାନ ଇନଷ୍ଟା ଷ୍ଟୋରୀରେ ଶେୟାର କରିଛନ୍ତି, ଯେଉଁଥିରେ ସେ ମୁମ୍ବାଇ ମେଟ୍ରୋରେ ଯାତ୍ରା ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସାରା ମେଟ୍ରୋ ଭିତରେ ବସିଛନ୍ତି, ଆଉ କ୍ୟାମେରାରେ ହସୁଥିବା ବେଳେ ହାଏ କହୁଛନ୍ତି। ଆଉ କରି କ୍ୟାପଶନରେ ଲେଖିଛନ୍ତି, ‘ମୁମ୍ବାଇ ମେରୀ ଜାନ’।

ସାରା ଅଲି ଖାନ ଫିଲ୍ମ ‘ମେଟ୍ରୋ ଇନ ଦିନୋ’ରେ ନଜର ଆସିବେ। ଯେଉଁଥିରେ ତାଙ୍କ ସହ ଆଦିତ୍ୟ ରୟ କାପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ବାସୁ। ଚଳଚ୍ଚିତ୍ରରେ ସାରା ଏବଂ ଆଦିତ୍ୟଙ୍କ ବ୍ୟତୀତ ଅନୁପମ ଖେର, ଫାତିମା ସାନା ଶେଖ, ଅଲି ଫଜଲ, ପଙ୍କଜ ତ୍ରିପାଠୀ ଏବଂ ନୀତା ଗୁପ୍ତା ନଜର ଆସିବେ।

Share