ଅମରନାଥ ଧାମରେ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଜଣେ ମୁସଲମାନ ହୋଇପାରନ୍ତି, କିନ୍ତୁ ସେ ହିନ୍ଦୁ ଧର୍ମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ ପୂଜା କରୁଥିବାର ଦେଖାଯାଏ। ଏଥି ସହିତ ନିକଟରେ ସେ ଜମ୍ମୁ-କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଛନ୍ତି। ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀ ହାତରେ ବାଡ଼ି ଧରି ଅମରନାଥ ଯାତ୍ରା କରୁଥିବା ନଜର ଆସିଛନ୍ତି।
ଅମରନାଥ ଧାମରୁ ଆସିଥିବା ଏହି ଭିଡିଓରେ ସାରା ଏକ ନୀଳ ଟ୍ରାକ ସୁଟ ପିନ୍ଧିଛନ୍ତି। ଭିଡିଓରେ ପୋଲିସ ସାରାଙ୍କୁ ସୁରକ୍ଷା ଦେଉଛନ୍ତି। ଏହାପୂର୍ବରୁ ସାରା ଇନଷ୍ଟାଗ୍ରାମରେ ସୋନମାର୍ଗର କିଛି ସୁନ୍ଦର ଫଟୋ ଶେୟାର କରିଥିଲେ।

Share