ସାବତ ମା’ କରିନାଙ୍କ ବଡ଼ ପ୍ରଶଂସକ ଥିଲେ ସାରା

ବମ୍ବେ: ସାବତ ମା’ କରିନା କପୁରଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କର ବନ୍ଧୁତା ଭଳି ସମ୍ପର୍କ ରହିଛି। ପିଲାବେଳେ ସାରା ଅଭିନେତ୍ରୀ ଭାବେ କରିନାଙ୍କ ବଡ଼ ପ୍ରଶଂସକ ଥିଲେ। ‘କଭି ଖୁସି କଭି ଗମ୍‌’ର ଅଭିନୟକୁ ନେଇ ସେ ତାଙ୍କୁ ପସନ୍ଦ କରୁଥିଲେ। ତାଙ୍କୁ ଭେଟିବା ଲାଗି ଶୁଟିଂ ସେଟ୍‌କୁ ମଧ୍ୟ ଯାଇଥିଲେ।

କଫି ଉଇଥ୍‌ କରନ୍‌ରେ କରିନା କହିଥିଲେ ଯେ, କଭି ଖୁସି କଭି ଗମ୍‌ର ଟ୍ରାଏଲ୍‌ ସମୟରେ ମା’ ଅମୃତା ସାରାଙ୍କୁ ନେଇ ତାଙ୍କ ପାଖକୁ ଯାଇଥିଲେ। ସାରା ସେତେବେଳେ ମା’ଙ୍କ ପଛରେ ଲୁଚିଥିଲେ। ସେ ପ୍ରଶଂସକ ବୋଲି ଅମୃତା କହିବା ପରେ କରିନା ତାଙ୍କ ସହ ଫଟୋ ଉଠାଇଥିଲେ।

ସେତେବେଳେ ଅମୃତା ଏବଂ ସୈଫ ଅଲଗା ହୋଇ ନ ଥିଲେ। ଏହାର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ସେମାନେ ଅଲଗା ହେବା ପରେ କରିନାଙ୍କ ହାତ ଧରିଥିଲେ ସୈଫ।

Share