ମା’ଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ମା’ ଅମୃତା ସିଂ ବୁଧବାର ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅମୃତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଝିଅ ସାରା ବି ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଏକ ଭଲପାଇବା ଭରା ନୋଟ୍‌ ଶେୟାର କରିଛନ୍ତି।

ସାରା ଇନ୍‌ଷ୍ଟାଗ୍ରାମରେ ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ମା’ ଅମୃତାଙ୍କ ପରି ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ଫଟୋରେ ଦେଖିବାକୁ ମିଳେ ଯେ., ଗୋଟିଏ ପଟେ ଅମୃତା ଏବଂ ଅନ୍ୟ ପଟେ ସାରା ତାଙ୍କ ପରି ପୋଜ୍‌ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ଶେୟାର୍‌ କରି ସେ ଲେଖିଛନ୍ତି, ଶୁଭ ଜନ୍ମଦିନ ମମି। ମୋତେ ସବୁବେଳେ ଆଇନା ଦେଖାଇଥିବାରୁ ଧନ୍ୟବାଦ। କିନ୍ତୁ ଏହା ମୋତେ ପ୍ରେରଣା ଯୋଗାଏ।

ସେ ଆହୁରି ଲେଖିଛନ୍ତି, ମୁଁ ତୁମକୁ ସର୍ବଦା ଖୁସି ଏବଂ ଗର୍ବିତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବି। ମୁଁ ପ୍ରତିଦିନ ଦେଉଥିବା ଶକ୍ତି, ସୌନ୍ଦର୍ଯ୍ୟ, ଅନୁଗ୍ରହ ଏବଂ ପ୍ରତିଭାର ଏକ ଅଂଶ ଗ୍ରହଣ କରିବାକୁ ଚେଷ୍ଟା କରିବି। ସାରା ଏବଂ ଅମୃତାଙ୍କ ଫଟୋଗୁଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ବଲିଉଡ୍‌ର ବଡ଼ବଡ଼ ଷ୍ଟାରମାନେ ମଧ୍ୟ ଅମୃତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Share