ଶୁଭମନ-ସାରାଙ୍କ ମଧ୍ୟରେ ଡେଟିଂ ଖବରକୁ କନଫର୍ମ କଲେ ସାରା

କରଣ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ୍‌ କରନ ସିଜନ ୮ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ ପ୍ରସାରିତ ହୋଇଛି। ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି। କରଣଙ୍କ ଶୋ’ର ପରବର୍ତ୍ତୀ ଅତିଥି ବଲିଉଡର ଦୁଇ ସୁନ୍ଦରୀ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ ରହିବେ। ଉଭୟ ଶୋ’ରେ ଅନେକ ବଡ଼ ରହସ୍ୟ ପ୍ରକାଶ କରିବେ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସାରା ଶୁଭମନ ଗିଲଙ୍କ ରହସ୍ୟ ଉନ୍ମୋଚନ କରିଛନ୍ତି।
କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଶୋ’ର ପ୍ରୋମୋ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କ ସହ କଥାବାର୍ତ୍ତା ହୋଇଥିବା ନଜର ଆସିଛନ୍ତି। ସେହି ସମାନ ଭିଡିଓରେ କରଣ ସାରାଙ୍କୁ ପଚାରିଥିବାର ଦେଖାଯାଉଛି ଯେ, ତୁମ ଏବଂ ଶୁବମାନ ଗିଲ ଡେଟିଂ ବିଷୟରେ ଅନେକ ଗୁଜବ ଥିଲା। ଏଥିରେ ଅଭିନେତ୍ରୀ କୁହନ୍ତି – ସାରା କା ସାରା ଦୁନିଆ ଭୁଲ୍‌ ସାରାଙ୍କ ପଛରେ ପଡିଛନ୍ତି।
କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ଶୁଭମନ ଏବଂ ସାରା ଅଲି ଖାନଙ୍କ ଡେଟିଂ ବିଷୟରେ ଗୁଜବ ଥିଲା। ଏହା ପରେ ଶୁଭମନଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଜଡିତ ଥିଲା। ସେବେଠାରୁ ସାରା ଶୁଭମନଙ୍କ ସହ ଅନେକ ଥର ଏକାଠି ନଜର ଆସିଥିଲେ। ନିକଟରେ ସାରା ତେନ୍ଦୁଲକରଙ୍କୁ ବିଶ୍ୱକପ୍‌ ମ୍ୟାଚରେ ଶୁଭମନଙ୍କୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା।

Share