ଲଣ୍ଡନରେ ଛୁଟି କାଟୁଛନ୍ତି ସାରା-କାର୍ତ୍ତିକ!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲି ଖାନ୍‌ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ କାର୍ତ୍ତିକ ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନଙ୍କୁ ଡେଟ୍‌ କରୁଥିବା ବେଳେ ସାରା ତାଙ୍କ ଭାଇଙ୍କ ସହ ଛୁଟି ଉପଭୋଗ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳିଛି ସାରା ଏବଂ କାର୍ତ୍ତିକ ଏକାଠି ନୂଆବର୍ଷ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଉଭୟ ଫଟୋ ଶେୟାର କରିବା ପରେ ସେମାନଙ୍କ ଏକାଠି ହେବାର ଖବର ଚର୍ଚ୍ଚାକୁ ଆସିଛି।

କାର୍ତ୍ତିକ ଏବଂ ସାରା ଖ୍ରୀଷ୍ଟମାସଠାରୁ ବିଭିନ୍ନ ଭିନ୍ନ ଭିନ୍ନ ସ୍ଥାନରେ ଛୁଟି କାଟୁଥିଲେ। ସାରା ତାଙ୍କ ଭାଇ ଇବ୍ରାହିମ ଅଲି ଖାନ୍‌ ଏବଂ ସାଙ୍ଗମାନଙ୍କ ସହ ଲଣ୍ଡନରୁ ଫଟୋ ଶେୟାର କରୁଥିବା ବେଳେ କାର୍ତ୍ତିକ ପ୍ୟାରିସରେ ଥିଲେ। କିନ୍ତୁ ନୂଆବର୍ଷ ବିଳମ୍ବିତ ରାତିରେ ଦୁଇଟି ଫଟୋ ଭାଇରାଲ ହେଉଛି। ଯାହା ସମାନ ସ୍ଥାନରେ ଉଠାଯାଇଛି। ତାହା ପୁଣି ଗୋଟିଏ ସମୟରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହି ଫଟୋକୁ ଦେଖି ପ୍ରଶଂସକମାନେ ଦୁହେଁ ଲଣ୍ଡନରେ ଏକାଠି ଥିବାର ଅନୁମାନ କରୁଛନ୍ତି।

ସାରା ରବିବାର ଏକ କାଚର ଖ୍ରୀଷ୍ଟମାସ ଟ୍ରି ଭିତରେ ଠିଆ ହୋଇଥିବା ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେହି ସମାନ ସମୟରେ କାର୍ତ୍ତିକ ଏକ ରେଷ୍ଟୁରାଣ୍ଟରେ କାହା ସହ ଚା’ ପିଉଥିବାର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘କେବଳ ମୋ’ ପାଇଁ ବ୍ଲାକ ଟି’। ଏହା ସହିତ ଉଭୟଙ୍କ ଦ୍ୱାରା ଚିହ୍ନିତ ସ୍ଥାନ ବି ସମାନ। ତେଣୁ ପ୍ରଶଂସକମାନେ ଏଥିରୁ ଅନୁମାନ କରି ନେଇଛନ୍ତି ଯେ, ଦୁହେଁ ଗୋଟିଏ ସ୍ଥାନରେ ହିଁ ଅଛନ୍ତି।

Share