ଭିକ୍କିଙ୍କ ସହ ସାରା ନୁହେଁ ନଜର ଆସିବେ ଏହି ସାଉଥ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଏବେକାର ଆଗଧାଡିର ନାୟିକା ସାରା ଅଲି ଖାଁ ଶେଷ ଥର ପାଇଁ ଫିଲ୍ମ ‘ଅତରଙ୍ଗି ରେ ‘ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ନଜର ଆସିଥିଲେ । ଏବେ ଖବର ଆସିଛି କି ସାରାଙ୍କୁ ତାଙ୍କ ମଚ ଆୱେଟେଡ ଫିଲ୍ମରୁ ରିପ୍ଲେସ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫିଲ୍ମରେ ଭିକ୍କି କୌଶଲ ଲିଡ ରୋଲରେ ରହିଥିବା ବେଳେ ଏବେ ଯେଉଁ ନାୟିକାଙ୍କୁ ନେବା କଥା ଶୁଣାଯାଉଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି ।
‘ଦ ଇମ୍ମୋର୍ଟାଲ ଅଶ୍ୱସ୍ଥାମା’ରେ ପ୍ରଥମରୁ ଭିକ୍କିଙ୍କ ସହ ସାରା ଲିଡ ରୋଲରେ ଥିଲେ । ହେଲେ ଏହାପରେ ଶୁଣାଯାଇଥିଲା କି ଫିଲ୍ମ ବନ୍ଦ ହୋଇଯାଇଛି । ହେଲେ ଏବେ ଖବର ଆସିଛି କି ଫିଲ୍ମ ଫ୍ଲୋରକୁ ଆସିବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ ଫିଲ୍ମରେ ସାରାଙ୍କ ସ୍ଥାନରେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିପାରନ୍ତି । କୁହାଯାଉଛି କି ନିର୍ମାତା ଏମିତି ଜଣେ ନାୟିକା ଚାହୁଁଛନ୍ତି ଯାହାଙ୍କ ବୟସ ସାମାନ୍ୟ ଅଧିକ ହୋଇଥିବ । ସେଥିପାଇଁ ନିର୍ମାତା ଏବେ ସାରାଙ୍କ ସ୍ଥାନରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ନେବାକୁ ଚିନ୍ତା କରିଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମରେ ବଡ ଧରଣର ପରିବର୍ତ୍ତନ କରାଯାଇ ପୁଣିଥରେ ଫ୍ଲୋରକୁ ଅଣାଯାଉଛି । ପ୍ରଥମ ସ୍କ୍ରିପ୍ଟ ଅନୁଯାୟୀ, ୟଙ୍ଗ ଫିମେଲ କ୍ୟାରେକ୍ଟରକୁ ଦେଖାଇବାର ଥିଲା । ହେଲେ ଏବେ କାହାଣୀରେ ପରିବର୍ତ୍ତନ କରାଯାଇଛି । ସେଥିପାଇଁ ନିର୍ମାତା ଏବେ ଏମିତି ନାୟିକାଙ୍କୁ ଖୋଜିଛନ୍ତି ଯିଏ ଭିକ୍କି କୌଶଲଙ୍କଠାରୁ ବୟସରେ ବଡ ହୋଇଥିବେ । ରିପୋର୍ଟ ଅନୁଯାୟୀ, ଭିକ୍କିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାର ନିର୍ଦ୍ଦେଶକ ରହିଛନ୍ତି ଆଦିତ୍ୟ ଧର ।

Share