Categories: ଫୁରସତ

ଅଟୋରେ ଘରକୁ ଫେରିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଓ ଅଭିନେତା ଭିକି କୌଶଲଙ୍କ ମୁଭି ‘ଜରା ହକ୍‌କେ ଜରା ବଚ୍‌କେ’ ଜୁନ୍‌ ୨ରେ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ଦୁହେଁ ତାଙ୍କ ଫିଲ୍ମ ପ୍ରମୋଶନ ପାଇଁ ଲାଗି ପଡ଼ିଛନ୍ତି। ବୁଧବାର ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ସାରା ସାମିଲ ହୋଇଥିଲେ। ସେଠାରେ ସେ ଗୋଲାପି ରଙ୍ଗର ପାରମ୍ପରିକ ଡ୍ରେସ୍‌ ପିନ୍ଧିଥିବା ନଜରକୁ ଆସିଥିଲେ। ହେଲେ ସେହି ଇଭେଣ୍ଟ ଆଟେଣ୍ଡ ପରେ ସେ ଅଟୋରେ ବସି ଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପଚରାଯିବାରୁ ସେ କହିଥିଲେ, ତାଙ୍କୁ ନେବାକୁ ଠିକ୍‌ ସମୟରେ କାର୍‌ ଆସି ନ ଥିଲା। ସେଥିପାଇଁ ସେ ଅଟୋରେ ବସି ଯାଇଥିଲେ। ଏଥିସହ ସେ ଆଗରୁ ଅଟୋରେ ବସି ଯାଇଥିବା କହିଥିଲେ। ଅନ୍ୟପଟେ ନିକଟରେ ତାଙ୍କୁ ମେଟ୍ରୋ ଟ୍ରେନ୍‌ରେ ଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡୁଛି ଯେ ସାରା ଅନେକ ସମୟରେ ସାଧାରଣ ଲୋକଙ୍କ ସହ ମିଶିବାକୁ ପସନ୍ଦ କରନ୍ତି। ତେବେ ସାରା ୨୦୧୮ରୁ ‘କେଦାରନାଥ’ ଜରିଆରେ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏଥିସହ ତାଙ୍କ ହାତରେ ଏବେ ଆଉ ୩ଟି ଫିଲ୍ମ ରହିଛି।

Share