ମୁମ୍ବାଇ: ଚଳିତ ଦିନରେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ବେଳେ ପ୍ରାୟ ସମୟରେ ଇନ୍ଷ୍ଟାଗ୍ରାମରେ ନିଜର ପୁରୁଣା ଦିନକୁ ମନେପକାଇ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ବଲିଉଡ୍ ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ମଧ୍ୟ ଏହି ରେସ୍ରେ ପଛରେ ନାହାନ୍ତି। ଲକ୍ଡାଉନ ସମୟରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ସାରା ପ୍ରାୟ ସମୟରେ ନିଜର ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ନିକଟରେ ଇନ୍ଷ୍ଟାଗ୍ରାମରେ ସାରା ତାଙ୍କ ପିଲାଦିନର ସ୍ମୃତିକୁ ମନେପକାଇ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ବାପା ସୈଫ ଅଲ୍ଲୀ ଖାଁଙ୍କ ସହ ସେ ନଜର ଆସିଛନ୍ତି। ଏହି ଫଟୋରେ ଦୁହେଁ ବେଶ୍ କ୍ୟୁଟ ଦେଖାଯାଉଛନ୍ତି। ଏହି ଫଟୋକୁ ସାରା ଶେୟାର କରିବା ସହ ବାପାଙ୍କୁ ପ୍ରଶଂସା କରି ଏକ ଭାବବିହ୍ବଳ କ୍ୟାପଶନ୍ ଲେଖିଛନ୍ତି। ଏଭଳି ଜଣେ ବ୍ୟକ୍ତି ଯିଏ ସର୍ବଦା ଶାନ୍ତିର ପରିଭାଷା, ପ୍ରେମର ପ୍ରତୀକ ଏବଂ ମିକି ମାଉସର ବ୍ୟକ୍ତିତ୍ୱ। ତୁମକୁ ବହୁତ ଭଲପାଏ ଅବ୍ବା ବୋଲି ସାରା ଲେଖିଛନ୍ତି। ସାରାଙ୍କ ଏହି ଫଟୋକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି।