ସାରା ଶେୟାର କଲେ ଫଟୋ; କାର୍ତ୍ତିକ ଆର୍ୟନ କଲେ ଲାଇକ୍‌

ବମ୍ବେ: ବଡ଼ ହୋଇଗଲେଣି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା। ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେ। ଆଜିର ସମୟର ପିଲାଙ୍କ ଭଳି ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଦେଖିବାକୁ ବେଶ ସୁନ୍ଦର ହୋଇଥିବାରୁ ତାଙ୍କର ପ୍ରଶଂସକ ମଧ୍ୟ ଢ଼େର ଅଧିକ। ସାରା ନିଜର ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିବା ମାତ୍ରେ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେଭଳି କିଛି ଘଟିଛି।

ଲଣ୍ଡନରେ ଥାଇ ସାରା ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ସେଥିରେ ସେ ଧଳା-କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ମୁହଁରେ ହାଲ୍‌କା ହସ ଯୋଗୁ ସେ ଅଧିକ ସୁନ୍ଦର ଲାଗୁଛନ୍ତି। ଫଟୋକୁ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅରମାନ ମଲିକ ଲାଇକ୍‌ କରିଛନ୍ତି।

କହିରଖୁଛୁ, ଇନଷ୍ଟାଗ୍ରାମରେ ସାରାଙ୍କ ୧.୪ ମିଲିୟନ ଫଲୋଅର୍ସ ଅଛନ୍ତି। ଏବେ ସେ ଡାକ୍ତରୀ ପଢ଼ୁଥିଲେ ହେଁ ସେଲିବ୍ରିଟି ପାଲଟିଛନ୍ତି। ଅନେକ ସେ ସିନେମାକୁ ଆସନ୍ତୁ ବୋଲି ପ୍ରତିକ୍ରିୟା ରଖୁଛନ୍ତି।

Share