ମଡେଲିଂ ଜଗତରେ ପାଦ ଥାପିଲେ ସଚିନଙ୍କ ଝିଅ

କ୍ରିକେଟର୍‌ ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ନିଜ ଫ୍ୟାଶନ ସେନ୍ସ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଥା’ନ୍ତି। ସେ ନିଜ ଷ୍ଟାଇଲିସ ଲୁକ ପାଇଁ ଜଣାଣୁଣା। ଏବେ ସେ ମଡେଲିଂରେ ପାଦ ଥାପିଛନ୍ତି। ନିକଟରେ ସାର ଏକ ଲୋକପ୍ରିୟ ପୋଷାକ ବ୍ରାଣ୍ଡ ସହିତ ଏକ ଚୁକ୍ତି କରିଛନ୍ତି। ଏଥିପାଇଁ ସେ ଶୁଟିଂ ମଧ୍ୟ କରିଛନ୍ତି। ଏହାର ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ସାରା ତେନ୍ଦୁଲକରଙ୍କ ମଡେଲିଂ ଭିଡିଓରେ ଅଭିନେତ୍ରୀ ବନିତା ସାନ୍ଧୁ ଏବଂ ତାନିଆ ଶ୍ରଫନଜର ଆସିଛନ୍ତି। ପୋଷାକ ବ୍ରାଣ୍ଡର ପ୍ରମୋସନାଲ ଭିଡିଓରେ, ତିନିଜଣ ଏକାଠି ପୋଜ କରୁଥିବା ନଜର ଆସିଛନ୍ତି। ସାରା ଏଥିରେ ବହୁତ ସୁନ୍ଦର ଏବଂ ଗ୍ଲାମରସ ଦେଖାଯାଉଛନ୍ତି। ଏହି ଭିଡିଓରେ, ସେ ହ୍ରଦ ଉପରେ ଥିବା ଏକ ଛୋଟ ବ୍ରିଜ ଉପରେ ଏବଂ ଘନ ଗଛ ଚାରିପାଖରେ ମଡେଲିଂ କରୁଥିବା ଦେଖିବାକୁ ମିଳିଛି।
ସାରା ମଡେଲିଂରେ ପ୍ରବେଶକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଇନଷ୍ଟାଗ୍ରାମରେ ସାରା ତେନ୍ଦୁଲକର ବହୁତ ସକ୍ରିୟ। ତାଙ୍କର ୧.୫ ମିଲିୟନ ଫଲୋଅର୍ସ ଅଛନ୍ତି।