Categories: ଖେଳ

Video: ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ୍ , ତାଳି ମାରି ଉତ୍ସାହିତ କଲେ ସାରା ତେନ୍ଦୁଲକର

ପୁଣେ, ୧୯।୧୦: ଭାରତର ଯୁବ କ୍ରିକେଟର ଶୁଭମନ ଗିଲ୍ ଦିନିକିଆ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷରେ ଶୁଭମନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗିଲ ଡେଙ୍ଗୁ ଜ୍ୱରରେ ପଡିବା ପରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳିପାରି ନଥିଲେ।

ପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟିମକୁ ଫେରିଥିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ। ତେବେ ବାଂଲାଦେଶ ବିପକ୍ଷର ଗିଲ୍ ୫୫ ବଲରୁ ୫୩ ରନ୍ ସଂଗ୍ରହ କରିପାରିଛନ୍ତି। ତେବେ ଏହି ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ରହି ଗିଲଙ୍କୁ ଉତ୍ସାହିତ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ମ୍ୟାଚରେ ବିରାଟ କୋହଲି ତାଙ୍କର ୪୮ ତମ ଦିନିକିଆ ଶତକ ହାସଲ କରିଥିବା ବେଳେ ଭାରତ ସାତୋଟି ୱିକେଟ୍ ନେଇ ଏହି ମ୍ୟାଚ୍ ଜିତିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୫୬ ରନରେ ସୀମିତ ରହିଥିଲା। ଜବାବରେ ଭାରତ ୨୫୭ ରନ୍‌ର ଲକ୍ଷ୍ୟ ପିଛା କରି ୩ ଉଇକେଟ୍‌ ହରାଇ ୪୧.୩ ଓଭରରେ ୨୬୧ ରନ୍‌ କରି ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିଛି।

Share