Categories: ଖେଳ

ଶୁଭମନ ଗିଲ ଶତକ ନ କରିବାରୁ ସାରା ତେନ୍ଦୁଲକରଙ୍କୁ ଲାଗିଲା ଝଟକା, ଭାଇରାଲ ହେଉଛି ରିଆକ୍ସନ

ନୂଆଦିଲ୍ଲୀ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ। ଗିଲଙ୍କ ଇନିଂସ ୯୨ରନରେ ଶେଷ ହୋଇଥିଲା। ପ୍ରଥମ ଥର ପାଇଁ ଏହା ଘଟିଥିଲା ଯେତେବେଳେ ଗିଲ ୯୦ ରୁ ଅଧିକ ସ୍କୋର କରିବା ପରେ ଶତକରେ ପହଞ୍ଚିପାରି ନ ଥିଲେ। ଏହି ବିଶ୍ୱକପ ମ୍ୟାଚ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ଗିଲଙ୍କ ଆଉଟକୁ ନେଇ ଅତ୍ୟନ୍ତ ନିରାଶ ହୋଇଥିଲେ ଏବଂ ଏହି ସମୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଭାଇରାଲ ହୋଇଥିଲା।

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶୁଭମନ ଗିଲଙ୍କ ଆଉଟ ପରେ ସାରା ତେନ୍ଦୁଲକରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦୃଶ୍ୟମାନ ହେଉଛି। ଇନିଂସର ୩୦ତମ ଓଭରର ଶେଷ ବଲରେ ଦିଲଶାନ ମଦୁଶଙ୍କାଙ୍କ ଦ୍ୱାରା ଗିଲ ଆଉଟ ହେଉଛନ୍ତି। ଗିଲ ତାଙ୍କ ୯୨ ଇନିଂସରେ ୧୧ଚୌକା ଓ ୨ ଛକା ମାରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ଜନକ ଭାବେ ଜନତା ମଧ୍ୟ ଗିଲଙ୍କୁ ତାଙ୍କର ଉଜ୍ଜ୍ୱଳ ଇନିଂସ ପାଇଁ ଷ୍ଟାଣ୍ଡିଂ ଓବେଶନ ଦେଇଥିଲେ, ଯେଉଁଥିରେ ସାରା ତେନ୍ଦୁଲକର ଅନ୍ତର୍ଭୁକ୍ତ ହୋଇଥିଲେ। ସାରା ଗିଲଙ୍କୁ ଦେଇଥିବା ଷ୍ଟାଣ୍ଡିଂ ଓବେଶନର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Share