‘ସାରା ଭାଇ ଭର୍ସେସ ସାରାଭାଇ’ ଅଭିନେତ୍ରୀ ବୈଭବି ଉପାଧ୍ୟାୟଙ୍କର କାର ଦୁର୍ଘଟଣାରେ ମୃତ୍ୟୁ

ମୁମ୍ବାଇ: ପପୁଲର ଟେଲିଭଜନ ସିରିଜ ‘ସାରାଭାଇ ଭର୍ସେସ ସାରାଭାଇ’ରେ ଜୈସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ବୈଗବି ଉପାଧ୍ୟାୟଙ୍କର ମଙ୍ଗଳବାର ହିମାଚଳ ପ୍ରଦେଶରେ ଏକ କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଚଣ୍ଡିଗଡ଼ରେ ରହୁଥିବା ତାଙ୍କ ପରିବାର ମଙ୍ଗଳବାର ମୃତ ଶରୀରକୁ ମୁମ୍ବାଇ ଆଣିବା ସହ ସେଠାରେ ସକାଳ ୧୧ଟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି।

ବୈଭବିଙ୍କ ମୃତ୍ୟୁକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସାରଭାଇ ଟେକ ୨ରେ ବୈଭବିଙ୍କ ସହ କାମ କରିଥିବା ଅଭିନେତା ତଥା ନିର୍ମାତା ଜେଡି ମାଜେଠିଆ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ଜୀବନ ଅତ୍ୟନ୍ତ ଅନପ୍ରେଡିକ୍ଟଟେବଲ। ଜଣେ ଅତି ଭଲ ଅଭିନେତ୍ରୀ, ପ୍ରିୟ ବନ୍ଧୁ ବୈଭବି ଉପାଧ୍ୟାୟ, ସାରାବାଇ ବନାମ ସାରାବାଇର ‘ଜସ୍ମିନ’ ଭାବରେ ଜଣାଶୁଣା ଏହି ଅଭିନେତ୍ରୀ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ରେଷ୍ଟ ଇନ ପିସ ବୈଭବି।

ଅନୁପମା ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ମଧ୍ୟ ବୈଭବିଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ରୁପାଲୀ ପପୁଲାର ସିଟକମ ସାରଭାଇ ଭର୍ସେସ ସରାଭାଇରେ ବୈଭବି ଉପାଧ୍ୟାୟଙ୍କ ସହିତ ସ୍କ୍ରିନ ଶେୟାର କରିଥିଲେ । ରୁପାଲି ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ବୈଭବିଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି। ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କ ସହ ଏକ କାରରେ ଯାତ୍ରା କରୁଥିବାବେଳେ ଗାଡିଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବୈଭବିଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

Share