ଚଣ୍ଡିଗଡ,୨୬।୬: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍ରେ ବନ୍ଦୀ ହୋଇ ସେଠାରେ ମୃତ୍ୟୁବରଣ କରିଥିବା ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି।
୧୯୯୦, ଅଗଷ୍ଟ ୩୦ରେ ହଠାତ୍ ପାକିସ୍ତାନର ସୀମାରେ ପହଞ୍ଚି ଯାଇଥିଲେ। ସେଠାରୁ ପାକିସ୍ତାନୀ ସେନା ତାଙ୍କୁ ଗୁପ୍ତଚର ଭାବି ବନ୍ଦୀ କରି ନେଇଥିଲା। ଦଲବୀର ଭାଇ ସରବଜିତଙ୍କୁ ପାକିସ୍ତାନ ଜେଲ୍ରୁ ଉଦ୍ଧାର କରିବା ପାଇଁ ଉଚ୍ଚସ୍ତରରେ ଆଇନଗତ ଲଢ଼େଇ ଲଢ଼ିଥିଲେ। କିନ୍ତୁ ତାଙ୍କର ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା। ୨୦୧୩ରେ ସରବଜିତଙ୍କ ଲାହୋର ଜେଲରେ ମୃତ୍ୟୁ ଘଟିଥିଲ। ତାଙ୍କ ସଂଘର୍ଷର କାହାଣୀକୁ ନେଇ ‘ସରବଜିତ’ ନାଁରେ ଏକ ହିନ୍ଦୀ ଫିଲ୍ମ ତିଆରି ହୋଇଥିଲା।