ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ପ୍ରାର୍ଥୀ ଘୋଷଣା କରିଛି। ଫଳରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ନିରାଶ ହୋଇଛନ୍ତି। ଜିଲାସ୍ତରୀୟ ନେତାଙ୍କ ଚକ୍ରାନ୍ତ ଯୋଗୁ ତାଙ୍କ ଟିକେଟ କଟିଥିବା ରଘୁନନ୍ଦନ କ୍ଷୋଭର ସହ କହିଛନ୍ତି। ସେ ଯେତେବେଳେ ଅସୁସ୍ଥ ଥିଲେ, ସେତେବେଳେ ଏହି ନେତା ତାଙ୍କ ନାଁରେ ଦଳରେ ଚକ୍ରାନ୍ତ କରିଥିଲେ। ସୁସ୍ଥ ହେଲା ପରେ ସବୁକିଛି ଠିକଠାକ୍‌ ହୋଇଥିଲା। ରାଜ୍ୟର ଅନେକ ନେତା ଯେଉଁମାନେ ତାଙ୍କଠାରୁ ଅଧିକ ଅସୁସ୍ଥ ଥିଲେ, ସେମାନଙ୍କୁ ଦଳ ଟିକେଟ ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରାର୍ଥୀ ଘୋଷଣା ପରେ ରଘୁନନ୍ଦନଙ୍କୁ ସାକ୍ଷାତ୍‌ କରି ଆଶୀର୍ବାଦ ଭିକ୍ଷା କରିଥିବା ସାରଦା ଧରିତ୍ରୀକୁ କହିଛନ୍ତି। ରଘୁନନ୍ଦନଙ୍କ ସହ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ, ଦଳର ଜିଲା ସଭାପତି ରବି ଜେନା, ଅନ୍ୟ ନେତୃମଣ୍ଡଳୀଙ୍କ ପରାମର୍ଶ, ସହଯୋଗ ଓ ଆଶୀର୍ବାଦରେ ସେ ବିଜୟୀ ହେବେ ବୋଲି ସେ ଆଶା ରଖିଛନ୍ତି।
ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ବାଦ୍‌ ପଡ଼ିବା ଏବଂ ସାରଦା ପ୍ରାର୍ଥୀ ହେବେ ବୋଲି ବାରି ହୋଇପଡୁଥିଲା। ୨୦୧୯ ନିର୍ବାଚନରେ ରଘୁନନ୍ଦନ ପ୍ରଥମ ଥର ପାଇଁ ବିଧାୟକ ହୋଇ ମନ୍ତ୍ରୀ ପଦ ପାଇଥିଲେ। ତାହା ସେତେବେଳେ ଆଲୋଚନାର ବିଷୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠାରୁ ମନ୍ତ୍ରୀପଦ କାଢ଼ି ନିଆଯାଇଥିଲା। ରଘୁନନ୍ଦନ ଅସୁସ୍ଥ ଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ପରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ଏକପ୍ରକାର ସନ୍ତୁଷ୍ଟ ପାଇଁ ଉଦ୍ୟମ ହୋଇଥିଲା। ବାସ୍ତବରେ କିନ୍ତୁ ଦଳ ତାଙ୍କ ଉପରୁ ସେତେବେଳୁ ଆସ୍ଥା ତୁଟାଇବା ଆରମ୍ଭ କରିଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା। କିନ୍ତୁ ରଘୁନନ୍ଦନ ସୁସ୍ଥ ହୋଇଯାଇଥିବା କହି ଚଳିତ ନିର୍ବାଚନରେ ସେ ପୁଣିଥରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ଦଳ ନେତୃତ୍ୱଙ୍କୁ ସୁସ୍ଥ ଥିବା ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ପାଇଁ ଏକାଧିକ ଆଶାୟୀ ପ୍ରତିବନ୍ଧକ ସାଜିଥିଲେ। ବିଶେଷକରି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗୋଟିଚାଳନା ତାଙ୍କ ପାଇଁ ଅଡୁଆ ବଢାଇଥିଲା। ପ୍ରଶାନ୍ତ ୨୦୦୯, ୨୦୧୪ ନିର୍ବାଚନରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ୨୦୧୯ରେ ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କରିଥିଲା। ବାଲିକୁଦା-ଏରସମା ଆସନରେ ରଘୁନନ୍ଦନ ପ୍ରାର୍ଥୀ ହୋଇଥିଲେ। ଉଭୟ ବିଜୟୀ ହେବାର ସୌଭାଗ୍ୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କ ଭିତରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟି ନ ଥିଲା, ଯାହାର ପ୍ରତିଫଳନ ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା। ପ୍ରଶାନ୍ତଙ୍କ ବିରୋଧରେ ରଘୁନନ୍ଦନ ସଙ୍ଗିନ ଅଭିଯୋଗ ଆଣିଥିଲେ। ପ୍ରଶାନ୍ତ ଏକାଧିକ ଆଶାୟୀ ସୃଷ୍ଟି କରିଥିବା କହିଥିଲେ। ପ୍ରଶାନ୍ତଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ଏହି ଚର୍ଚ୍ଚା ଉପରେ ଯବନିକା ପଡ଼ି ନ ଥିଲା। ରଘୁନନ୍ଦନଙ୍କ ସହ ପ୍ରଶାନ୍ତ ଓ ଏକାଧିକ ଆଶାୟୀଙ୍କ ଦୂରତ୍ୱ ବଢ଼ିଥିଲା। କେବଳ ସାରଦା ନିରପେକ୍ଷ ରହିବା ସହ ଟିକେଟ ପାଇବା ପାଇଁ ପ୍ରମୁଖ ଦାବିଦାର ଥିଲେ। ଅର୍ଥାତ୍‌ ଉଭୟ ଗୋଷ୍ଠୀଙ୍କ ସହ ସମନ୍ବୟ ବଜାୟ ରଖିଥିବାରୁ ଦଳ ତାଙ୍କ ପ୍ରାର୍ଥତ୍ତ୍ୱକୁ ଗମ୍ଭୀରତାର ସହ ବିଚାର କରୁଥିଲା, ଯାହା ସୋମବାର ପ୍ରତିଫଳିତ ହୋଇଛି। ସାରଦା ଛାତ୍ର ଜୀବନରୁ ରାଜନୀତିରେ ରହି ଆସିଛନ୍ତି। ସେ ୧୯୯୨-୯୩ରେ ବାଙ୍କୀ ଛାତ୍ର ସଂସଦ ସଭାପତି ଥିଲେ। ତା’ପରେ ଅର୍ଥାତ୍‌ ୧୯୯୭ରେ କଂଗ୍ରେସରୁ ଏରସମା ୩ ନମ୍ବର ଜୋନରୁ ଜିଲା ପରିଷଦ ସଭ୍ୟ ଓ ସମିତି ସଭ୍ୟ ହେବାର ଗୌରବ ହାସଲ କରିଥିଲେ। ସେତେବେଳେ ସେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଶାୟୀ ଥିଲେ। କିନ୍ତୁ ସୁଯୋଗ ନ ମିଳିବାରୁ ପଞ୍ଚାୟତ ସମିତି ସଭ୍ୟ ପଦରୁ ଇସ୍ତଫା ଦେଇ କେବଳ ଜିଲା ପରିଷଦ ସଭ୍ୟ ରହିଥିଲେ। କେବଳ ଏତିକି ନୁହେଁ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଏରସମା-୧, ୨୦୦୭ରୁ ୨୦୧୨ ଏରସମା-୩ ଓ ୨୦୧୨ରୁ ୧୭ ପର୍ଯ୍ୟନ୍ତ ଏରସମା-୪ ଜିଲା ପରିଷଦ ଜୋନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୪ରେ ସାରଦା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହୋଇ ପାଖାପାଖି ୨୪ ହଜାର ଭୋଟ ପାଇଥିଲେ। ସେତେବେଳେ ଚିହ୍ନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ତାଙ୍କର ପ୍ରାୟ ୫ରୁ ୬ ହଜାର ଭୋଟ କଟିଯାଇଥିବା ସେତେବେଳେ ସାରଦା ଅଭିଯୋଗ କରିଥିଲେ। ୨୦୧୯ରେ ସାରଦା ବିଜେଡିରେ ମିଶିଥିଲେ। ତାଙ୍କ ଯୋଗଦାନ ସେତେବେଳେ ବିଜେଡି ପ୍ରାର୍ଥୀ ରଘୁନନ୍ଦନଙ୍କୁ ବେଶ୍‌ ସହାୟକ ହୋଇପାରିଥିଲା। ରଘୁନନ୍ଦନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୫୫ ହଜାର ଭୋଟରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri