ମୁମ୍ବାଇ: ବଲିଉଡ୍ର ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲ୍ଲି ଖାନ୍। ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ନିଜ ଅପ୍କିମଂ ଫିଲ୍ମ ‘ଏ ବତନ ମେରେ ବତନ’ରେ ସାରା ସ୍ବାଧୀନତା ସଂଗ୍ରାମୀ ଉଷା ମେହେଟାଙ୍କ ଭୂମିକାରେ ନଜରକୁ ଆସିବେ। ତେବେ ସୋମବାର ଫିଲ୍ମର ଟିଜର ରିଲିଜ୍ ହୋଇଛି। କାନ୍ନନ ଆୟରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ସାରାଙ୍କ ଲୁକ୍ ଭିନ୍ନ ରହିଛି। ଏଥିରେ ସେ ରେଟ୍ରୋଲୁକ୍ରେ ନଜରକୁ ଆସିଛନ୍ତି।
ଫିଲ୍ମକୁ ନେଇ ସାରା କହିଛନ୍ତି, ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ। କନ୍ନନ ସାରଙ୍କ ସହ କାମ କରିବା ଏକ ମୋ ପାଇଁ ବଡ଼ ସୁଯୋଗ। କାରଣ ସେ ନିଜେ ଏହି କାହାଣୀରେ ବହୁତ ଭାବୁକ ଓ ଭାବନାତ୍ମକ ରୂପରେ ଯୋଡି ହୋଇଛନ୍ତି । ନିଶ୍ଚତ ଭାବେ ଏମିତି ଏକ ଚରତ୍ରରେ କାମ କରିବା ଚ୍ୟାଲେଞ୍ଜପୂର୍ଣ୍ଣ, ଆଉ ମୋ ପାଇଁ ଏହା ସବୁଠାରୁ ଭିନ୍ନ । ବାସ୍ତବରେ ଏହା ଏମିତି ଏକ ପ୍ରୋଜେକ୍ଟ ଯାହା ଉପରେ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଫିଲ୍ମଟି ଉଭୟ ଓଟିଟି ଏବଂ ସିନେମାଘରେ ମୁକ୍ତିଲାଭ କରିବାକୁ ଅଛି। କିନ୍ତୁ ଏ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ।