ମୁମ୍ବାଇ, ୧୪।୭: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ତାଙ୍କ ଡ୍ରାଇଭରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତେବେ ଘରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଇନଷ୍ଟାଗ୍ରାମ୍ରେ ନିଜ ଫଲୋରର୍ସଙ୍କୁ ଜଣାଇଛନ୍ତି। ଡ୍ରାଇଭରଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିବା ସାରା କହିଛନ୍ତି। ମୁମ୍ବାଇ ନଗର ପାଳିକା ପକ୍ଷରୁ ସାରାଙ୍କ ଘର ନିକଟବର୍ତ୍ତୀ ଅଞ୍ଚଳକୁ ସାନିଟାଇଜ୍ କରିଥିବା ଜଣାପଡ଼ିଛି। ଘରର ଅନ୍ୟ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ନେଗେଟିଭ୍ ଆସିଛି। ଭାଇ ଇବ୍ରାହିମ୍ ଏବଂ ମା’ ଅମ୍ରିତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ସାରା ସୂଚନା ଦେଇଛନ୍ତି। ମୁମ୍ବାଇ ନଗର ପାଳିକା ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ତାଙ୍କ ପରିବାର ସଦସ୍ୟ ଠିକ ଭାବେ ପାଳନ କରୁଥିବା ସାରା କହିଛନ୍ତି।