ସରଣ୍ଡାର ଡାକ୍ତରଙ୍କୁ ମଧୁମେହରେ ଫେଲୋଶିପ୍‌ ସମ୍ମାନ

ସରଣ୍ଡା/ସୋହେଲା,୧୬।୨(ଯୁଧିଷ୍ଠିର ମହାପାତ୍ର/ଅଶ୍ୱିନି ପାତ୍ର): ବରଗଡ଼ ଜିଲା ସରଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଅହମଦାବାଦଠାରେ ମଧୁମେହରେ ଫେଲୋଶିପ ସମ୍ମାନରେ ସମ୍ମାନିତ କରାଯାଇଛି। ମଧୁମେହ ଭାରତର ବାର୍ଷିକ ସମ୍ମିଳନୀରେ ପଦ୍ମଶ୍ରୀ ଡା. ଭି .ମୋହନ ମେଘନାଦଙ୍କୁ ସମ୍ମାନିତ କରିଛନ୍ତି।
ଗୁରୁବାର ଅହମଦାବାଦରେ ୧୫ତମ ବିଶ୍ୱ ଡାଇବେଟିସ୍‌ ଇଣ୍ଡିଆ ସମ୍ମିଳନୀରେ ଏକ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଡା. ମେଘନାଦଙ୍କ ପ୍ରତିବଦ୍ଧତା ଏବଂ ମଧୁମେହ ଯତ୍ନ ଏବଂ ଗବେଷଣାକୁ ଆଗକୁ ବଢ଼ାଇବାର ଅବଦାନକୁ ସ୍ବୀକୃତି ପ୍ରଦାନ କରାଯାଇ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ମେଘନାଦ ବର୍ତ୍ତମାନ ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରୋଗୀଙ୍କ ସେବା କରୁଛନ୍ତି l କିନ୍ତୁ ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନ ହେବେ ସେଥିପାଇଁ ତାଙ୍କ ମା’ଙ୍କ ନଁାରେ ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲିଛନ୍ତି। ସେଠାରେ ମାଗଣାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି। ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ। ଭୁବନେଶ୍ବର ଏମ୍ସରେ ୩ ବର୍ଷ ଚାକିରି କଲାପରେ ଏବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଡା. ମେହେର ୨୦୨୪ ଅଗଷ୍ଟ ୧୮ ତାରିଖ ପ୍ରାରମ୍ଭିକ କ୍ୟାରିୟର ଡାକ୍ତର ପୁରସ୍କାର (ଇସିପି ଆୱାର୍ଡ ) ଏବଂ ୨୦୨୩ ସେପ୍ଟେମ୍ବର ୨୩ ତାରିଖ ଏସିପି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ...

ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ...

ଜାଣନ୍ତୁ କେମିତି ସୁସ୍ଥ ରହିବ କିଡ୍‌ନୀ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Pahalgam Attack: କ୍ୟାମେରା ଲୁଚାଇ ରଖି ପହଲଗାମ ନରସଂହାରର ରେକର୍ଡିଂ କରୁଥିଲେ ଆତଙ୍କବାଦୀ, NIA ଦେଲା ବଡ ତଥ୍ୟ

ଜମ୍ମୁ,୨୮।୪: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗଣହତ୍ୟାର ତଦନ୍ତ ପାଇଁ NIA ଏକ ମାମଲା ପଞ୍ଜିକୃତ କରିଛି। ଏବେ ଅନେକ ଟିମ୍‌ ଏହି...

ଓଏଚ୍‌ଆର୍‌ସିରେ ବ୍ୟକ୍ତିଗତ ହାଜର ପାଇଁ ବିଏମ୍‌ସି କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୪ (ବନ୍ଦନା ସେଠୀ): ଭୁବନେଶ୍ୱର ଓକିଲଙ୍କ ଅସ୍ଥାୟୀ ବୈଠକ ଗୃହ ଭଙ୍ଗା ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ବ୍ୟକ୍ତିଗତ ଭାବେ ହାଜର ହେବେ ବିଏମ୍‌ସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image