ସାରାଙ୍କ ଜୀବନରୁ ବିଦାୟ ନେଲେ ବୟଫ୍ରେଣ୍ଡ, ଦ୍ୱିତୀୟ ଥର କରି ଥାଆନ୍ତେ ବିବାହ

ମୁମ୍ବାଇ: ଏକ୍ସ-ବିଗ ବସ ପ୍ରତିଯୋଗୀ ସାରା ଖାନ ବର୍ତ୍ତମାନ ସମୟରେ ଟେଲଭିଜନ ପରଦାରେ ସକ୍ରିୟ ହୋଇ ନ ପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ନିଜର ମଜାଳିଆ ରିଲ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି। ସେ ୨୦୦୭ରେ ଷ୍ଟାର୍‌ ପ୍ଲସ ଶୋ’ କଭି ଆଏ ନା ବିଦାଇ ସହିତ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।
ଯେତେବେଳେ ସେ ଜାତୀୟ ଟେଲିଭିଜନରେ ବିବାହ କରିଥିଲେ ସେତେବେଳେ ସାରା ଅଲି ଖାନ ଲୋକଲୋଚନକୁ ଆସିଥିଲେ। ତେବେ,ଏହି ସମ୍ପର୍କ ଶୀଘ୍ର ଶେ ହୋଇଯାଇଥିଲା। କଙ୍ଗନା ରାନାୱତଙ୍କ ଶୋ’ ‘ଲକ ଅପ’ରେ ଦେଖାଯାଇଥିବା ସାରା ଖାନ ପୁଣିଥରେ ତାଙ୍କ ଳଭ ଲାଇଫକୁ ନେଇ ହେଡଲାଇନକୁ ଆସିଛନ୍ତି।

ତିନି ବର୍ଷର ଟିଭି ଅଭିନେତ୍ରୀଙ୍କ ସମ୍ପର୍କ ସମାପ୍ତ ହେଲା। ଏକ ପୋଷ୍ଟ ଶେୟାର କରିବାବେଳେ ସାରା ତାଙ୍କ ଏବଂ ଶାନ୍ତନୁଙ୍କ ବ୍ରେକଅପ ହେବାର କାରଣ ମଧ୍ୟ ପ୍ରଶଂସକମାନଙ୍କୁ କହିଥିଲେ।
ସାରା ଶାନ୍ତନୁ ରାଜେଙ୍କ ସହ ତିନି ବର୍ଷ ପରେ ବ୍ରେକଅପ କରିଥିଲେ।
ସେ ନିଜ ଇନଷ୍ଟାଗ୍ରାମରେ ଶାନ୍ତନୁ ରାଜେଙ୍କ ସହ ଅନେକ ଫଟୋ ଏବଂ ମଜାଳିଆ ରିଲ ଶେୟାର କରିଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଭିଡିଓରେ ଖଉବ ଭଲପାଇବା ଅଜାଡଇ ଦେଇଛନ୍ତି। ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ, ତିନି ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ, ଏହି ଦମ୍ପତି ୨୦୨୦୩ରେ ବିବାହ କରିବାକୁ ଯୋଜନା କରିଥିଲେ।

Share