ଝିଅ ସାରାଙ୍କୁ ସାହାଯ୍ୟ କରିବାକୁ ମନା କଲେ ଶୈଫ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ପାଖାପାଖି ୨୦ ଜଣଙ୍କୁ ନିଜ କଷ୍ଟୋଡିକୁ ନେଇ ସାରିଲାଣି । ଏଥିରେ ଦୁଇଦିନ ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କୁ ବି ପଚରା ଉଚରା କରାଯାଇଥିଲା । ତେବେ ଏହି ମାମଲାକୁ ନେଇ ସାରା ପିତା ଶୈଫ ଅଲ୍ଲି ଖାଁଙ୍କ ସହଯୋଗ ଲୋଡିଥିଲେ ବି ସେ ଏଥିରେ ତାଙ୍କୁ ସାହାଯ୍ୟ କରି ପାରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିବା ଜଣାପଡିଛି । ତେବେ ଏହି ମାମଲାରେ ସାରାଙ୍କ ଜେଜେମା ଶର୍ମିଳା ଟାଗୋର କୁଆଡେ ତାଙ୍କୁ ସାହାଯ୍ୟ କରୁଥିବା କୁହାଯାଉଛି । କେବଳ ସେତିକି ନୁହେଁ ଏହି ମାମଲାକୁ ନେଇ ଶୈଫ ତାଙ୍କ ପୂର୍ବତନ ପତ୍ନୀ ଅମ୍ରିତା ସିଂଙ୍କୁ ମଧ୍ୟ କିଛି ଗାଳି ଗୁଲଜ କରିଥିବା କୁହାଯାଉଛି । ଏହାରି ଭିତରେ ଶୈଫ ଏବେ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିବା କୁହାଯାଉଛି । ସେଠାରେ ତାଙ୍କ ଦ୍ୱିତୀୟ ପତ୍ନୀ କରିନା କପୁରଙ୍କ ଫିଲ୍ମର ଶୁଟିଂ ଥିବାରୁ ସେ କରିନା ଓ ପୁଅ ତୈମୁରଙ୍କ ସହ ଦିଲ୍ଲୀ ଚାଲିଯାଇଥିବା କୁହାଯାଉଛି । କରିନା ଏବେ ଗର୍ଭବତୀ ଥିବାରୁ ତାଙ୍କ ଫିଲ୍ମ ଶୁଟିଂ ଶେଷ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହିବେ ବୋଲି ଶୁଣିବାକୁ ମିଳିଛି ।

Share