Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ସାରଥିର ଶୁଭାରମ୍ଭ

ଭୁବନେଶ୍ୱର,୨୫।୫: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଡିଜିଟାଲ ଅନ୍‌ବୋର୍ଡିଂ ସେବା ସାରଥିର ଆନୁଷ୍ଠାନିକ ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ମର୍ଚ୍ଚାଣ୍ଟଙ୍କ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) କିମ୍ବା ଇଲେକ୍ଟ୍ରୋନିକ୍‌ ଡାଟା କ୍ୟାପ୍ଚର(ଇଡିସି)କୁ ସକ୍ଷମ କରିବା ଲାଗି ବ୍ୟାଙ୍କ ପ୍ରଥମ ଧରଣର ଡିଜିଟାଲ ସେବା ସାରଥିର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପାରମ୍ପରିକ ଉପାୟରେ ଉକ୍ତ ପ୍ରକ୍ରିୟା ଲାଗି ବହୁତ ଦିନ ଲାଗୁଥିବା ବେଳେ ମର୍ଚ୍ଚାଣ୍ଟମାନଙ୍କୁ ସାରଥି ନିରବଚ୍ଛିନ୍ନ ଓ ଚିନ୍ତାମୁକ୍ତ ଅନୁଭୂତି ପ୍ରଦାନ କରୁଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ କାର୍ଡସ୍‌ ଆଣ୍ଡ୍‌ ପେମେଣ୍ଟସର ମୁଖ୍ୟ ସଂଜୀବ ମୋଘେ କହିଛନ୍ତି, ମର୍ଚ୍ଚାଣ୍ଟ ଓ ଗ୍ରାହକମାନଙ୍କ ଜୀବନଚକ୍ରରେ ଡିଜିଟାଲ ଭିନ୍ନତା ସୃଷ୍ଟି କରିବା ଉପରେ ଆକ୍ସିସ୍‌ ବ୍ୟାଙ୍କ ସର୍ବଦା ଗୁରୁତ୍ୱ ଦେଇ ଆସୁଛୁ।

Share