ପୁଣି ଅଡୁଆରେ ସର୍ବେଶ୍ୱର ବେହୁରା

ଯାଜପୁର,୩୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ପୁଣି ଅଡୁଆରେ ପଡିଛନ୍ତି। ମୋରମ, ମାଟି ଲୁଟ୍‌ ଅଭିଯୋଗରେ ତାଙ୍କ ନାମରେ ବାଲିଚନ୍ଦ୍ରପୁର ଓ ଧର୍ମଶାଳା ଥାନାରେ ମାମଲା ରୁଜୁ ହୋଇଛି। ପ୍ରାୟ ୩ ମାସ ହେବ ବେହୁରା ଫେରାର ଅଛନ୍ତି। ଏହାବାଦ୍‌ ସର୍ବେଶ୍ୱର ଲୋକାୟୁକ୍ତ ଓ ସୂଚନା ଅଧିକାର ଆଇନକୁ ଢାଲ କରି ସରକାରୀ କର୍ମଚାରୀ, ଲଘୁ ଖଣିଜ ସମ୍ପଦ ଲିଜ୍‌ଧାରୀ, ଠିକାଦାର ଓ ବ୍ୟବସାୟୀଙ୍କଠାରୁ ଅର୍ଥ ଆଦାୟରେ ମାତିଥିଲେ ବୋଲି ରମାକାନ୍ତ ଜେନା ଲୋକାୟୁକ୍ତରେ ୩୨୬/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହାର ବିଚାର କରି ଲୋକାୟୁକ୍ତ ଅଧ୍ୟକ୍ଷ ମାମଲାର ପ୍ରାଥମିକ ତଦନ୍ତ କରି ୩ା୧୦ା୨୦୨୩ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଉପରେ ସର୍ବେଶ୍ୱର ବେହୁରାଙ୍କ ସ୍ତ୍ରୀ ରିଲୁ ବେହେରା ପ୍ରତିବାଦ କରିଛନ୍ତି। ଉକ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଲୋକାୟୁକ୍ତରେ ସେ ପୂର୍ବରୁ ଦର୍ଶାଇଛନ୍ତି।
ପୂର୍ବରୁ ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଥିଲା। ଅନୁମତି ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦୀ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବା ଅଭିଯୋଗ ପାଇ ୨ା୭ା୨୦୨୩ରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ସର୍ବେଶ୍ୱର ବେହୁରାଙ୍କ ଏକ୍ସାଭେଟର ନିୟୋଜିତ ହୋଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ବାଲିଚନ୍ଦ୍ରପୁର ଥାନାରେ ସର୍ବେଶ୍ୱରଙ୍କ ନାମରେ ୨୩୬/୨୦୨୩ ନମ୍ବରରେ ମାମଲା ରୁଜୁ ହୋଇଛି। ସେହିପରି ୧୩ା୬ା୨୦୨୩ରେ ଧର୍ମଶାଳା ତହସିଲଦାର ଏବଂ ତାଙ୍କ ଟିମ୍‌ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରମ ଉତ୍ତୋଳନ ହେଉଥିବାବେଳେ ଚଢାଉ କରିଥିଲେ। ଏଥିରେ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେଶିନ ଜବତ କରାଯାଇଥିଲା। ସେଠାରୁ ପ୍ରାୟ ୧୦୦ ଟ୍ରିପ୍‌ ମୋରମ ଉତ୍ତୋଳନ କରାଯାଇ ସର୍ବେଶ୍ୱରଙ୍କ ଜମିରେ ପୋତା ଯାଇଥିବା ତଦନ୍ତରେ ଜଣାପଡ଼ିଥିଲା। ଏହାପରେ ତାଙ୍କ ନାମରେ ଧର୍ମଶାଳା ଥାନାରେ ୩୮୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଉପରୋକ୍ତ ୨ଟି ମାମଲା ବିଚାରାଧୀନ ଥିବାବେଳେ ଲୋକାୟୁକ୍ତରେ ପୁଣି ଏକ ମାମଲା ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ାଇବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ...

ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି।...

ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ଦଲାଲଙ୍କ ହାତରେ ସ୍ଲଟ୍‌, ବ୍ଲାକ୍‌ରେ ଚାଲିଛି ବିକ୍ରି

ଜଗତ୍‌ସିଂହପୁର, ୨୫।୯ (ପ୍ରମୋଦ କୁମାର ନାୟକ): ଅତୀତରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡ଼ିକରେ ହାତଗୁଞ୍ଜା ଦେଇ ଅନେକ ପଛରେ ଆସି ଆଗୁଆ ଜମି ପଞ୍ଜୀକରଣ କରି ପାରୁଥିଲେ। ଏନେଈ...

ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା...

ଗାଈ କ୍ଷୀର, ଗୋବର, ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା

ପଟ୍ଟାମୁଣ୍ଡାଇ,୨୫୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଳ ପଲିଥିନ, ପ୍ଲାଷ୍ଟିକ୍‌ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri