Posted inଖେଳ

କିଏ ସେହି ସରଫରାଜ, ଯାହାଙ୍କୁ ଟିମ୍‌ ଇଣ୍ଡିଆରେ ଚୟନ କରା ନ ଯିବାକୁ ନେଇ ହେଉଛି ହଙ୍ଗାମା !

ନୂଆଦିଲ୍ଲୀ,୧୪।୧: ଭାରତରେ ଜନ୍ମିତ ନୁହନ୍ତି, ହେଲେ ଆଜି ସେ ଭାରତର ପରିଚୟ ପାଲଟିଛନ୍ତି। ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଗତ ୩ ବର୍ଷ ଧରି ତାଙ୍କ ବ୍ୟାଟ୍‌ ଗର୍ଜୁଛି। କେବଳ ତାଙ୍କର ଗୋଟିଏ ସ୍ବପ୍ନ ରହିଛି, ସେଇଟି ହେଲା ଜାତୀୟ ଟିମ୍‌ରେ ସ୍ଥାନ ପାଇବା। ହେଲେ ତାହା ହୋଇପାରୁନାହିଁ। ପ୍ରଦର୍ଶନ ସତ୍ତ୍ୱେ ୨୫ ବର୍ଷୀୟ ଏହି ଖେଳାଳିଙ୍କୁ କାହିଁକି ସୁଯୋଗ ମିଳୁନାହିଁ ତାହାକୁ ନେଇ ଏବେ ତର୍କ ବଢ଼ୁଛି। ଖେଳାଳିଜଣଙ୍କ ହେଲେ ମୁମ୍ବାଇର ରନ୍‌ ମେଶିନ କୁହାଯାଉଥିବା ସରଫରାଜ ଖାଁ।

ଘରୋଇ କ୍ରିକେଟରେ ପ୍ରଦର୍ଶନ ଅନୁଯାୟୀ ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଥାଏ। ହେଲେ ସରଫରାଜଙ୍କ କ୍ଷେତ୍ରରେ ତାହା ଘଟୁନାହିଁ। ଏଯାବତ ସେ ୩୬ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଛନ୍ତି। ମ୍ୟାଚ୍‌ର ୫୨ ଇନିଂସରେ ସେ ୩୩୮୦ ରନ୍‌ କରିଛନ୍ତି। ଏଥିରେ ୧୨ ଶତକ ଏବଂ ୯ ଅର୍ଦ୍ଧଶତକ ରହିଛି। ତାଙ୍କର ସର୍ବାଧିକ ରନ୍‌ ୩୦୧ ଥିଲା। ଅର୍ଥାତ ଟେଷ୍ଟ ମ୍ୟାଚ୍‌ ପାଇଁ ଯେଉଁ ବଡ଼ ଇନିଂସ, ଛୋଟ ସ୍କୋରକୁ ବଡ଼ ଟାର୍ଗେଟରେ ପରିଣତ କରିବାର ଶକ୍ତି ରହିବା ଆବଶ୍ୟକ, ତାହା ସରଫରାଜଙ୍କ ପାଖରେ ରହିଛି।

୨୦୦୯ରେ ୧୨ ବର୍ଷୀୟ ସରଫରାଜ ହ୍ୟାରିସ ଶିଲ୍ଡ ଟ୍ରଫିରେ ୪୩୯ ରନ୍‌ର ଇନିଂସ ଖେଳିଥିଲେ। ଏହା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ସେବେଠାରୁ ଆଜିଯାଏ ମୁମ୍ବାଇର ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି।

 

ଆଇପିଏଲ୍‌ରେ ମଧ୍ୟ ସରଫରାଜ ନିଜ ଦମ୍‌ ଦେଖାଇଛନ୍ତି। ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ସେ ଖେଳିଥିଲେ। ଏହାପରେ ସେ ପଞ୍ଜାବ କିଙ୍ଗ୍ସ ଏବଂ ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଅଟନ୍ତି। ଏବେ ସେ ଆଇପିଏଲ୍‌ର ବଡ଼ ନାମ ପାଲଟିନାହାନ୍ତି। ହେଲେ ତାଙ୍କ ନଜର ଜାତୀୟ ଦଳ ଉପରେ ରହିଛି। ରଣଜୀ ଟ୍ରଫିରେ ଲଗାତାର ଭାବେ ରନ୍‌ କରୁଥିବାରୁ ସେ ଭାରତୀୟ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇବାକୁ ଅପେକ୍ଷା କରିଛନ୍ତି। ହେଲେ ତାଙ୍କ ଅପେକ୍ଷାର ଅନ୍ତ ହେଉଥିବା ପରି ମନେ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ...

IPL ପଏଣ୍ଟ ଟେବୁଲ୍‌ରେ ଗୁଜରାଟର ଲମ୍ବା ଡିଆଁ, ୬ ଟିମ୍‌କୁ ପଛରେ ପକାଇ…

ନୂଆଦିଲ୍ଲୀ,୩୦।୩: IPL ୨୦୨୫ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଛି। ଏଥିରେ ୮ ଦଳ ବିଜୟ ସହ ଖାତା ଖୋଲିଛନ୍ତି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ...

ବ୍ୟାନ୍‌ ହେବା ସତ୍ତ୍ୱେ ସୁଧୁରିଲେନି ପାଣ୍ଡ୍ୟା, ପୁଣି ଦୋହରାଇଲେ ଭୁଲ୍‌

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ମ୍ୟାଚ ହାରିଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ...

ମୁମ୍ବାଇକୁ ହରାଇ ଗୁଜରାଟର ପ୍ରଥମ ବିଜୟ

ଅହମଦାବାଦ,୨୯।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ସହାୟତାରେ...

ରୋହିତ ଶର୍ମାଙ୍କ ବଡ଼ ବୟାନ, ଟିମ୍‌ର ଖେଳାଳିଙ୍କ ପାଇଁ କଲେ ଏମିତି ଡିମାଣ୍ଡ

ନୂଆଦିଲ୍ଲୀ,୨୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଗତ ନଅ ମାସ ଧରି କ୍ରିକେଟର ଉତ୍ଥାନ-ପତନ ସତ୍ତ୍ୱେ ତାଙ୍କ ଦଳ ସଫଳତା ହାସଲ କରିବା...

RCB ଜିତିବ ଆଇପିଏଲ ଟାଇଟଲ? ଚମକାଇ ଦେଉଛି ଏ ବି ଡିଭିଲିୟର୍ସଙ୍କ ଜବାବ

ନୂଆଦିଲ୍ଲୀ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଇପିଏଲରେ ତାଙ୍କର ସର୍ବୋତ୍ତମ ଆରମ୍ଭ କରିଛି। ଏବେ ଅବସରପ୍ରାପ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସ ମନେ କରନ୍ତି...

୪୩ ବର୍ଷ ବୟସରେ CSK ପାଇଁ ଏହି ରେକର୍ଡ କଲେ ଧୋନି

ନୂଆଦିଲ୍ଲୀ,୨୯।୩: IPL ୨୦୨୫ର ୮ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏମଏସ...

IPLରେ ବିକ୍ରି ନ ହୋଇ ବି କୋଟି କୋଟି ରୋଜଗାର କଲେ ଓ୍ବାର୍ନର; ଫିଲ୍ମ ‘ରବିନହୁଡ୍‌’ ପାଇଁ ମିଳିଛି…

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image