Categories: ଖେଳ

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ରିଷଭ ପନ୍ତଙ୍କୁ ରନ ସ୍କୋର କରିବାରେ ଅଟକାଉଥିବାର ନଜର ଆସିଛନ୍ତି। ଯଦି ପନ୍ତ ଦୌଡ଼ିଥାନ୍ତେ, ତେବେ ସେ ରନ୍‌ଆଉଟ ହୋଇଯାଇଥାନ୍ତେ।

ସରଫରାଜ ଭାରତ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ରିଷଭ ପନ୍ତ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ମ୍ୟାଚ୍‌ର ଚତୁର୍ଥ ଦିନରେ ସରଫରାଜ ଏକ ସିଙ୍ଗଲ ନେଇଥିଲେ। ଏହା ପରେ ରିଷଭ ଦ୍ୱିତୀୟ ରନ ପାଇଁ ଦୌଡୁଥିଲେ। କିନ୍ତୁ ସରଫରାଜ ତାଙ୍କୁ ଅଟକାଇଥିଲେ। ପନ୍ତ ଦୌଡି ପଳାଇ ଥିଲେ। ତାଙ୍କୁ ଅଟକାଇବା ପାଇଁ ସରଫରାଜ ପିଚ୍‌ରେ ଡେଇଁବା ଆରମ୍ଭ କରିଥିଲେ। ଏହା ଦେଖି ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ବସିଥିବା ଖେଳାଳିମାନେ ମଧ୍ୟ ହସିବାକୁ ଲାଗିଲେ। ସରଫରାଜଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାରତ ପାଇଁ ସରଫରାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ସେ ୧୫୪ ବଲ ସମ୍ମୁଖରେ ଅପରାଜିତ ୧୨୫ ରନ ସ୍କୋର କରିଥିଲେ। ସରଫରାଜଙ୍କ ଏହି ଇନିଂସରେ ୧୬ ଚୌକା ଓ ୩ ଛକା ସାମିଲ ଅଛି। ପନ୍ତ ୫୩ ରନ ସଂଗ୍ରହ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ପନ୍ତ ମଧ୍ୟ ଅପରାଜିତ ରହିଥିଲେ। ୫୬ ବଲର ସମ୍ମୁଖୀନ ହୋଇ ସେ ୫ ଚୌକା ଓ ୩ ଛକା ମାରିଥିଲେ।

ମ୍ୟାଚ୍‌ର ପ୍ରଥମ ଇନିଂସରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ସରଫରାଜ ଖାନ ଶୂନ୍ୟରେ ଆଉଟ ହୋଇଥିଲେ। ୨୦ ରନ ସ୍କୋର କରି ପନ୍ତପାଭିଲିୟନକୁ ଫେରିଥିଲେ। କେଏଲ ରାହୁଲ ଏବଂ ବିରାଟ କୋହଲି ମଧ୍ୟ ଶୂନରେ ଆଉଟ ହୋଇଥିଲେ। ଟିମ ଇଣ୍ଡିଆ ୪୬ ରନ ସ୍କୋରରେ ଅଲଆଉଟ ହୋଇଥିଲା।

Share