ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ

ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍‌ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କ ପୂର୍ବରୁ ଅଭିନେତ୍ରୀ ଆଦିତ୍ୟ ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ। ଏହି ବିଜୟ ପାଇଁ ଆଦିତ୍ୟ ଗୋବିତ୍ରିକ ମଧ୍ୟ ସରଗମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀ ସରଗମ ଏକ ବେବି ପିଙ୍କ୍‌ ରଙ୍ଗର ଗାଉନ ପିନ୍ଧିଥିଲେ। ଆମେରିକାର ଲସ୍‌ ଭେଗାସଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସରଗମଙ୍କୁ ଜୁରି ପ୍ୟାନେଲ ଦ୍ୱାରା ମୁକୁଟ ପିନ୍ଧାଯାଇଥିଲା। ଏହି ପ୍ରତିଯୋଗିତାରେ ବହୁ ବଲିଉଡ ସେଲିବ୍ରିଟି ଯୋଗ ଥିଲେ। ଏଥିରେ ଅଭିନେତ୍ରୀ ସୋହା ଅଲି ଖାନ, ବିବେକ ଓବରୟ, ମହମ୍ମଦ ଅଜହରୁଦ୍ଦିନ ଥିଲେ।
ସରଗମ ଜମ୍ମୁ କଶ୍ମୀରର ବାସିନ୍ଦା। ସେ ପେଶାରେ ଜଣେ ଶିକ୍ଷୟତ୍ରୀ ଏବଂ ମଡେଲ୍‌। ସେ ୨୦୧୮ରେ ବିବାହ କରିଥିଲେ।

Share