ଖିଲାଡି କିଙ୍ଗ୍‌ଙ୍କ ନୂଆ ନାୟିକା

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ କାମ। ଚଳଚ୍ଚିତ୍ର ‘ମିଶନ ସିଣ୍ଡ୍ରେଲା’ରେ ସେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଥିବା ଜଣାପଡ଼ିଛି।

ନିଜର ନୂଆ ଯାତ୍ରାକୁ ନେଇ ଅଭିନେତ୍ରୀ କହିଛନ୍ତି, ସଠିକ୍‌ ଭୂମିକା ଅପେକ୍ଷାରେ ଥିଲି। କାରଣ ତାହା ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ କାମ କରିବାକୁ ନେଇ ଡର ଲାଗିଥିଲା। ହେଲେ ଭିତରେ ବହୁତ ଖୁସି ମଧ୍ୟ ଥିଲି। କାରଣ ଏହା ମୋର ବଲିଉଡ୍‌ରେ ଡେବ୍ୟୁ। କହିପାରିବି ନାହିଁ ଯେତେବେଳେ ପ୍ରଥମ ଶଟ୍‌ ଦେଇଥିଲି ଅନୁଭବ କିଭଳି ଥିଲା। ହେଲେ ସବୁ କିଛି ଠିକ୍‌ ହେଲା ବୋଲି ସେ କହିଛନ୍ତି।

କହିରଖୁଛୁ, ସରଗୁନ୍‌ ରବି ଦୁବେଙ୍କ ସ୍ତ୍ରୀ। ଉଭୟ ପେସାରେ କଳାକାର। ସେମାନେ ପରସ୍ପରକୁ ଦିଲ୍ଲୀରେ ଧାରାବାହିକ ୧୨/୨୪ କରୋଲ ବାଗ ଶୁଟିଂ ସେଟ୍‌ରେ ଭେଟିଥିଲେ। ଏଥିରେ ସେମାନେ ସ୍ବାମୀସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ଏକାଠି କାମ କରୁ କରୁ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମରେ ପଡ଼ିଥିଲେ। ଏହାର କିଛି ବର୍ଷ ପରେ ଉଭୟ ବିବାହ କରିଥିଲେ।

Share