ଫ୍ୟାଶନେବଲ୍ ଏବଂ ଡିଫରେଣ୍ଟ ଲୁକ୍ ପାଇଁ ଅଧିକାଂଶ ଝିଅ ଭିନ୍ନ ଭିନ୍ନ ଡିଜାଇନ୍ର ପୋଷାକ ପରିଧାନ କରୁଛନ୍ତି । ତେବେ ବର୍ତ୍ତମାନ ଶାଢ଼ି ସହ ପ୍ୟାଣ୍ଟର ଫ୍ୟାଶନ୍ ଟ୍ରେଣ୍ଡରେ ଅଛି । ତେବେ କେଉଁ ଶାଢ଼ି ସହ କେଉଁ ପ୍ୟାଣ୍ଟ ପିନ୍ଧିଲେ ଆଟ୍ରାକ୍ଟିଭ୍ ଲୁକ୍ ପାଇପାରିବେ, ଆସନ୍ତୁ ଜାଣିବା…
ସିଲ୍କ ଶାଢ଼ି ସହ ପ୍ୟାଣ୍ଟ-ବିବାହ, ପାର୍ଟି କିମ୍ବା ଫଙ୍କ୍ସନ୍ରେ ସିଲ୍କ ଶାଢ଼ି ସହ ପ୍ୟାଣ୍ଟ ଭଲ ଲୁକ୍ ଦେବ। ଏହା ସହ ମ୍ୟାଚିଙ୍ଗ୍ କରି ଆପଣ ନେକ୍ଲେକ୍ସ ଓ ଇଅର ରିଙ୍ଗ୍ସ ବି ପିନ୍ଧିପାରିବେ।
ଜିନ୍ସ ସହ ଶାଢ଼ି- ଫେଷ୍ଟିଭ ସିଜନ୍ରେ ଏଭଳି ଆଉଟଫିଟ୍ ଷ୍ଟାଇଲିସ୍ ଲୁକ୍ ଦେବ। ଏଥିପାଇଁ ଟ୍ରାଡିଶନାଲ୍ ହେଉ ଅବା ଗର୍ଜିଅସ୍ ଓ୍ବାର୍କ ଥିବା ଫ୍ୟାନ୍ସି ଶାଢ଼ି ସହ ଆପଣ ଆଙ୍କେଲ୍ ଲେନ୍ଥ ଜିନ୍ସ ଟ୍ରାଏ କରିପାରିବେ। ଏହା ସହ ବେଲ୍ଟ ଏବଂ ହାଇନେକ୍ ବ୍ଲାଉଜ୍ ମଧ୍ୟ ପିନ୍ଧିପାରିବେ।
ଚୁଡ଼ିଦାର ସହ ବନାରସୀ ଶାଢ଼ି-ଲାଇଟ୍ କଲର୍ ବନାରସୀ ଶାଢ଼ି ସହିତ ଗୋଲ୍ଡେନ୍ କଲର୍ ପ୍ୟାଣ୍ଟ ବେଶି ଭଲ ମାନିଥାଏ। ସରୁ ବେଲ୍ଟ ଏବଂ ହାଇ ହିଲ୍ସ ଆପଣ ଏହା ସହ ପିନ୍ଧି ଗ୍ଲାମର୍ସ ଲୁକ୍ ପାଇପାରିବେ।
ଧୋତି ପ୍ୟାଣ୍ଟ ସହ ଶାଢ଼ି-ଏହା ଯେତିକି ଷ୍ଟାଇଲିସ୍, ସେତିକି କମ୍ଫର୍ଟେବଲ୍ ବି। ଧୋତି ପ୍ୟାଣ୍ଟର କଲର୍ ସହ ମ୍ୟାଚିଙ୍ଗ୍ କରି ପ୍ଲେନ୍ ଶାଢ଼ି କିଣନ୍ତୁ, ଯେଉଁଥିରେ ଆପଣ ଷ୍ଟାଇଲିସ୍ ଲୁକ୍ ପାଇପାରିବେ ଓ ଏହା ଆପଣଙ୍କୁ ଆହୁରି ଆକର୍ଷକ କରାଇବ।
ଷ୍ଟ୍ରେଟ୍ ପ୍ୟାଣ୍ଟ ସହ ଶାଢ଼ି- ଷ୍ଟ୍ରେଟ୍ ପ୍ୟାଣ୍ଟ ସହ ଶାଢ଼ି ପିନ୍ଧିଲେ ଆପଣ ଷ୍ଟାଇଲିସ୍ ଦେଖାଯିବେ। ଏହା ସହ ହେଭି ଜୁଏଲେରି ଏବଂ ଫୁଲ୍ ହ୍ୟାଣ୍ଡବ୍ଲାଉଜ୍ ପିନ୍ଧିପାରିବେ, ଯାହା ଆପଣଙ୍କର ସୌନ୍ଦର୍ଯ୍ୟକୁ ଆହୁରି ଅଧିକ ବଢ଼ାଇବ।