ସରିନି ଓଭରବ୍ରିଜ୍‌ କାମ, ନଡ଼ିଆ ଭାଙ୍ଗିଲେ ବିଧାୟକ

ଜଟଣୀ,୧୨।୭(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ (ଆନ୍ଧ୍ରବ୍ୟାଙ୍କ)ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଚାଲିଥିବା ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ ବଜାର ଓଭରବ୍ରିଜ୍‌ ନିକଟରେ ସୂଚନା ଫଳକ ଲଗାଯାଇ ଉକ୍ତ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇଛି। ତେବେ ଓଭରବ୍ରିଜ୍‌ ଶେଷ ହେଲେ ଏହାର ଶ୍ରେୟ କିଏ ନେବ, ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଆନ୍ଧ୍ରବ୍ୟାଙ୍କ ନିକଟ ମହାବୀରଙ୍କ ମନ୍ଦିର ପରିସରରେ ବିଧାୟକ ସୁରେଶ କୁମାର ରାଉତରାୟ ଏକ ଖବରଦାତା ସମ୍ମିଳନୀ କରି ଓଭରବ୍ରିଜ୍‌ କାମ ଶେଷ ହୋଇଥିବା କହିବା ସହ ନଡ଼ିଆ ବାଡ଼େଇ ଏହାର ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି। ଏଥିସହ ଆସନ୍ତା ଅଗଷ୍ଟ ୧୫ରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଓଭରବ୍ରିଜ୍‌ର ଉଦ୍‌ଘାଟନ କରିବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ଓଭରବ୍ରିଜ୍‌ କାମ ସରି ନ ଥିବା ବେଳେ ବିଧାୟକ ରାଉତରାୟ ଉଦ୍‌ଘାଟନ ତାରିଖ ଘୋଷଣା କରିବା ଏବଂ ନଡ଼ିଆ ଭାଙ୍ଗିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଧାୟକ ରାଉତରାୟ ଖବରଦାତା ସମ୍ମିଳନୀ କରି ଏହି ଓଭରବ୍ରିଜ ନିର୍ମାଣ ପାଇଁ ଅତୀତରେ ସଂଗ୍ରାମ କରିଥିବା ସାମାଜିକ କର୍ମୀ, ସ୍ଥାନୀୟ ରାଜନେତାଙ୍କ ଅବଦାନ ଏବଂ ଜନସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, ବ୍ରିଜ୍‌ ଶକ୍ତ ହେବା ପାଇଁ କିଛିଦିନ ଲାଗିବ। ଏହି ଓଭରବ୍ରିଜ ସମସ୍ତଙ୍କ ସହଯୋଗରେ ହୋଇଛି। କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ନାମରେ ବ୍ରିଜ ନାମକରଣ ହେବ ନାହିଁ, ଏହା ଜଟଣୀବାସୀଙ୍କର ବୋଲି ବିଧାୟକ ରାଉରାୟ କହିଛନ୍ତି। ଏହି ଓଭରବ୍ରିଜ ପାଇଁ କେନ୍ଦ୍ର ସରକାର, ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ , ପୂର୍ତ୍ତ ବିଭାଗ ମନ୍ତ୍ରୀ, ଭୁବନେଶ୍ୱର ଏମ୍‌ପି, ଜଟଣୀ ନଗରପାଳଙ୍କ ସମେତ ବହୁ ବ୍ୟକ୍ତିଙ୍କୁ ବିଧାୟକ ରାଉତରାୟ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ଓଭରବ୍ରିଜ ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ନେତା ଓ ବିଭାଗୀୟ ଅଧିକାରୀ ଯୋଗଦେବେ ବୋଲି ବିଧାୟକ ରାଉତରାୟ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଡ. ଗୌରୀପ୍ରସାଦ ସିଂ, କଂଗ୍ରେସ ନେତା ନୌସର ଅଲ୍ଲୀ, ଅଶୋକ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ବିଧାୟକ ରାଉତରାୟ କର୍ମୀମାନଙ୍କ ସହିତ ଓଭରବ୍ରିଜ୍‌ ପରିଦର୍ଶନ କରି ଦୀପ, ଧୂପ ଲଗାଇ ନଡ଼ିଆ ବାଡ଼େଇଥିଲେ। ଏପରିକି ଓଭରବ୍ରିଜ ଉପରେ ଲୋକମାନେ ଯାତାୟାତ କରିପାରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ନିର୍ମାଣ କାମ ଶେଷ ହୋଇ ନ ଥିବା ବେଳେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଦାୟୀ କିଏ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ବିଧାୟକ ରାଉତରାୟ ରାଜନୈତିକ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଏବେ ଓଭରବ୍ରିଜ୍‌ ଉପରେ ଯାତାୟାତ ବିପଜ୍ଜନକ। କୌଣସି ଅଘଟଣ ଘଟିଲେ ଏଥିପାଇଁ ପୌର ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗ ଦାୟୀ ରହିବ ନାହିଁ। ସେହିପରି ଖୋର୍ଦ୍ଧା ଆର୍‌ଆଣ୍ଡବି ଏସ୍‌ଡିଓ ଅବିନାଶ ଲେଙ୍କା କହିଛନ୍ତି, ଆସନ୍ତା ୧୫ ତାରିଖ ମଧ୍ୟରେ ଓଭରବ୍ରିଜ୍‌ କାମ ସାରିବା ପାଇଁ ଚେଷ୍ଟା ଜାରି ରଖିଛୁ। କାମ ଶେଷ ହେବା ପରେ ଜିଲା ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ସହିତ ଆଲୋଚନା ପରେ ଓଭରବ୍ରିଜ କେବେ ଉଦ୍‌ଘାଟନ ହେବ ସ୍ପଷ୍ଟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri