ନୂଆଦିଲ୍ଲୀ, ୧୮ା୮ (ପି.ଟି.)-କୋଭିଡ୍-୧୯ ଟେଷ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଏଲ୍. ସରିତା ଦେବୀ ଏବଂ ତାଙ୍କ ସ୍ବାମୀ ଥୋଇବା ସିଂଙ୍କ ଫଳାଫଳ ପଜିଟିଭ୍ ଆସିଛି। ଉଭୟଙ୍କ ନିକଟରେ କିନ୍ତୁ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଏହି ଦମ୍ପତି ବର୍ତ୍ତମାନ ଇମ୍ଫାଲରେ ଅବସ୍ଥାନ କରୁଛନ୍ତି। ଉଭୟେ ସ୍ଥାନୀୟ ଏକ କୋଭିଡ୍-୧୯ କେୟାର ସେଣ୍ଟରକୁ ଯାଇ ଚିକତ୍ସିତ ହେଉଛନ୍ତି। ସରିତା ଜଣେ ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟିନୀ। ସେ ଏସିଆନ ଚାମ୍ପିୟନଶିପ୍ରେ ସେ ୫ଥର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡିଙ୍ଗ୍କୋ ସିଂଙ୍କ ପରେ କରୋନାରେ ସଂକ୍ରମିତ ହେବାରେ ୩୮ବର୍ଷୀୟ ସରିତା ହେଉଛନ୍ତି ଦେଶର ଦ୍ୱିତୀୟ ବକ୍ସର। ଡିଙ୍ଗ୍କୋ ହେଉଛନ୍ତି ଜଣେ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଏକ ମାସ ଧରି ଡାକ୍ତରଖାନାରେ ଚିକିତ୍ସା ହେବାପରେ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।