ସରୋଜ ବାଗ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ରାଜ୍ୟ ସାଧାରଣ ସମ୍ପାଦକ ମନୋନୀତ

ଭବାନୀପାଟଣା,୧୦ା୩(ଉତ୍ତମ କୁମାର ଦାଶ): ଓଡ଼ିଶା ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସାଧାରଣ ସମ୍ପାଦକ ଭାବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ସରୋଜ ବାଗଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ଏହା ପୂର୍ବରୁ ସେ ଭବାନୀପାଟଣା ସହରର ଟାଉନ କାର୍ଯ୍ୟକାରୀ ସଭାପତି, ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲା ସଂଯୋଜକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜିଲାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।