ବଲିଉଡ୍ର ଭେଟରାନ କୋରିଓଗ୍ରାଫର୍ ସରୋଜ ଖାନ୍ଙ୍କ ୭୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସରୋଜଙ୍କ ଶେଷ ଇନ୍ଷ୍ଟାଗ୍ରାମ ପୋଷ୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଥିଲା। ସେ ସୁଶାନ୍ତ ଆତ୍ମହତ୍ୟା ପରେ ତାଙ୍କୁ ମନେ ପକାଇ ଦୁଃଖ ବ୍ୟକ୍ତ କରି କହିଥିଲେ, ମୁଁ ତୁମ ସହ କାମ କରିନି ସତ ମାତ୍ର ଅନେକ ଥର ତୁମକୁ ଭେଟିଛି। ତୁମର କଣ ଅସୁବିଧା ଥିଲା, ଏମିତି ପଦକ୍ଷେପ କାହିଁକି ନେଲ। ଏମଥା ଶୁଣି ମୁଁ ହତ୍ବାକ୍ ହୋଇଯାଇଛି ବୋଲି ନିଜ ପୋଷ୍ଟରେ ଲେଖିଥିଲେ ସରୋଜ। ସୂଚନାଯୋଗ୍ୟ, ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫ କରିଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନ ୨ ହଜାରରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ଅନେକ ଗୀତ ସରୋଜ ଖାନଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଥିଲା। ଏଥିରେ, ୧୯୮୮ ଚଳଚ୍ଚିତ୍ର ‘ତେଜାବ’ର ‘ଏକ୍ ଦୋ ତିନ୍ ଚାର୍..’ ଗୀତଟି ବହୁତ ପ୍ରସିଦ୍ଧ ଥିଲା। ସରୋଜ ଖାନ ୧୯୯୧ ଚଳଚ୍ଚିତ୍ର ‘ବେଟା’ର ’ଧକ-ଧକ କରନେ ଲଗା’ ଗୀତକୁ କୋରିଓଗ୍ରାଫ କରିଥିଲେ।