ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୧ ବର୍ଷୀୟା ଏହି ଡ୍ୟାନ୍ସ କୋରିଓଗ୍ରାଫର ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ଆସିଥିବା ରିପୋର୍ଟରୁ ଜଣାପଡିଛି କି ସେ କରୋନାରେ ପୀଡ଼ିତ ହୋଇ ନାହାନ୍ତି।  ଦିନେ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସରୋଜଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସରୋଜ ପ୍ରଥମେ ଜଣେ ଆସିଷ୍ଟାଣ୍ଡ କୋରିଓଗ୍ରାଫର ଭାବେ ବଲିଉଡ୍‌ ଦୁନିଆରେ କାମ ଆରମ୍ଭ କରିଥିଲେ। ୧୯୭୪ରେ ‘ଗୀତା ମେରା ନାମ’ଥିଲା ତାଙ୍କର ପ୍ରଥମ ଫିଲ୍ମ। ୧୯୮୭ର ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ହାଓ୍ବା ହାଓ୍ବାଇ ଗୀତରେ ସରୋଜଙ୍କ ଗୋରିଓଗ୍ରାଫିକୁ ଆଜିବି ଦର୍ଶକେ ମନେରଖିଛନ୍ତି। ସରୋଜ ଏଯାବତ୍‌ ପାଖାପଖି ୨ହଜାର ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି। ଫିଲ୍ମ ତେଜାବରେ ‘ଏକ୍‌ ଦୋ ତିନ୍‌’ ଗୀତର କୋରିଓଗ୍ରାଫି ଏବେବି ଦର୍ଶକଙ୍କୁ ଝୁମିବାକୁ ବାଧ୍ୟ କରେ।

Share