ଭୁବନେଶ୍ୱର,୨୨।୭(ଅସମାପିକା ସାହୁ): ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷର ଏକ ବିଜ୍ଞପ୍ତି ଜାରି କରାଯାଇଛି।
ଆଜିଠୁ ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ ।