ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ ସରୋଜ

ନୟାଗଡ଼ ଅଫିସ,୨୪।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ କରିଛି ଏସ୍‌ଆଇଟି। ପରୀର ମୃତଦେହ ଜବତ କରାଯାଇଥିବା ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସେଠାରେ ତାକୁ ଟିକିନିଖି ଭାବେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରଶ୍ନ ପଚାରିଥିବା ଦେଖାଯାଇଛି। ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡେମୋ ଫଟୋ କିମ୍ବା ଭିଜୁଆଲ ଉଠାଇବାକୁ ବାରଣ କରାଯାଇଥିଲା। ଏଥିପାଇଁ ଏହା ପ୍ରାୟୋଜିତ ଏବଂ ଛାତ୍ରଙ୍କୁ ଫସାଇ ଦିଆଯାଉଥିବା ଚର୍ଚ୍ଚା ହେଉଛି।

ତେବେ ଆଜି ସରୋଜର ରିମାଣ୍ଡ ଅବଧୀ ଶେଷ ହେଉଛି। ଏହା ପୂର୍ବରୁ ସରୋଜଙ୍କୁ ଆଣି ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଛି ଏସ୍‌ଆଇଟି। ଏହାଛଡ଼ା ସରୋଜଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଘରେ ପଚରାଉଚରା କରିଥିବା ଜଣାପଡ଼ିଛି।

Share