ଜାଣନ୍ତୁ କିଏ ହେଲେ ଗଞ୍ଜାମ ଜିଲା ଭାଜପା ସଭାପତି

ଭୁବନେଶ୍ୱର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ସରୋଜ ସାବତଙ୍କୁ ଦଳ ଜିଲା ସଭାପତି ଭାବେ ଚୟନ କରିଛି।

ଦୁଇଟି ପର୍ୟ୍ୟାୟରେ ରାଜ୍ୟ ଭାଜପା ଜିଲା ସଭାପତିଙ୍କ ନାମ ଘୋଷଣା ହୋଇପାରେ । ଶନିବାର ପ୍ରଥମ ଦିନରେ ୨୩ ସାଂଗଠନିକ ଜିଲାର ଜିଲା ସଭାପତିଙ୍କ ନାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୨୩ଟି ସାଂଗଠାନିକ ଜିଲାର ଜିଲା ସଭାପତି ନା ଘୋଷଣା ହେବା ପରେ ବାକି ୧୪ଟି ଜିଲା ସଭାପତିଙ୍କ ନାଁ ଦିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି ।
ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି।