ସରୋଜିନୀ ଆପ୍‌ର ଭୁବନେଶ୍ୱର ମେୟର ପ୍ରାର୍ଥୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ଆମ୍‌ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମେୟର ପ୍ରାର୍ଥୀ ହେଲେ ସରୋଜିନୀ ଖୁଣ୍ଟିଆ। ରବିବାର ଭୁବନେଶ୍ୱରସ୍ଥିତ ରାଜ୍ୟ ଆପ୍‌ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାର୍ଟିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ସରୋଜିନୀଙ୍କ ନାମକୁ ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ସରୋଜିନୀ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ଶନ ଅଭିଯାନରେ ସାମିଲ ଥିଲେ। ଏଥିସହ ଫାଇଲିନ ବାତ୍ୟା ସମୟରେ ବିଶ୍ୱବ୍ୟାଙ୍କଠାରୁ ଆସିଥିବା ଟଙ୍କାର ଅନିୟମିତତା ଅଭିଯୋଗରେ ସାତପଡାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ହୋଇଥିବା ପଦଯାତ୍ରା ତଥା ମଦମୁକ୍ତି ଅଭିଯାନ ଭଳି ବହୁ ସାମାଜିକ ତଥା ସମାଜ ସୁଧାର କାର୍ଯ୍ୟରେ ସରୋଜିନୀ ନିଜକୁ ସାମିଲ କରିଥିବା ନିଶିକାନ୍ତ କହିଛନ୍ତି।
ଆପ୍‌ ପକ୍ଷରୁ ବିଏମ୍‌ସି ନିର୍ବାଚନ ପାଇଁ ଏକ ଇସ୍ତାହାର ପତ୍ର ଜାରି କରାଯାଇଛି। ମହାନଗର ନିଗମ ଅଧୀନ ସ୍କୁଲ ଓ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ସହ ଦିଲ୍ଲୀ ଢାଞ୍ଚାରେ ଅତ୍ୟାଧୁନୀକରଣ ଓ ପ୍ରଭାବୀ କରିବା, ବର୍ଦ୍ଧିତ ହୋଲ୍ଡିଂ ଟିକସ ଓ ଆବର୍ଜନା ଉଠାଣ ଦେୟ ପ୍ରତ୍ୟାହାର, ବର୍ଷାଜଳଜନିତ ବନ୍ୟାର ନିରାକରଣ, ଉଠା ଦୋକାନୀଙ୍କ ସମସ୍ୟା ସମାଧାନ ଆଦି ବହୁ ପ୍ରତିଶ୍ରୁତି ରହିଛି। ଏଥିପାଇଁ ପ୍ରତିବଦ୍ଧତା ଥିବା ମେୟର ପ୍ରାର୍ଥୀ ସରୋଜିନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଜେନେରାଲ ମ୍ୟାନେଜର୍‌

ଭୁବନେଶ୍ୱର,୧୮।୧୧: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର...

ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ...

ଅଚ୍ୟୁତ ସାମନ୍ତଙ୍କୁ ‘ଏଫ୍‌ଆଇଭିବି ଗ୍ରାଣ୍ଡ୍‌ କ୍ରସ୍‌ ସମ୍ମାନ’

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ (ଏଫ୍‌ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ୍‌’ ପ୍ରଦାନ କରାଯାଇଛି।...

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା...

ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର...

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ଜି.ଉଦୟଗିରି କୃଷି...

୧୧ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ...

ଅନନ୍ତ, ଶ୍ରୀନିବାସ, ଜୟୀରାମ ପାଇଲେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର’

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୨, ୩୩ ଓ ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri