Categories: ଜାତୀୟ

ନିର୍ବାଚନ ହାରିବା ପରେ ପ୍ରାର୍ଥୀ ରଖିଲେ ଧନ୍ୟବାଦ ସଭା: ପରେ ଯାହା ଘଟିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜୟପୁର, ୧୪।୧୦: ରାଜସ୍ଥାନର ଯୋଧପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ପିପାଡ ତହସିଲ ନାମକ ଗାଁରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଦେବୀ ଏବଂ ମକୁ ଦେବୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଶେଷରେ ସୁନ୍ଦର ଦେବୀ ମକୁ ଦେବୀଙ୍କୁ ୮୪ ଭୋଟରେ ପରାସ୍ତ କରିଥିଲେ। ଏହି ସାମାନ୍ୟ ପାର୍ଥକ୍ୟରେ ପରାଜୟ ହେବା ପରେ ମକୁ ଦେବୀ ଏକ ଧନ୍ୟବାଦ ସଭା ଡକାଇଲେ। ଏହି ସଭାରେ ଗ୍ରାମବାସୀ ଏତେ ଭାବୁକ ହୋଇଗଲେ ଯେ, ମକୁ ଦେବୀଙ୍କୁ ଆର୍ଥିକ ସହାୟତା କରିବାକୁ ନିଷ୍ପତ୍ତି ନେଲେ । କିଛି ସମୟ ମଧ୍ୟରେ ସେମାନେ ୨୧ ଲକ୍ଷ ଟଙ୍କା ଯୋଗାଡ କଲେ। ଏହି ଟଙ୍କାକୁ ଗ୍ରାମବାସୀ ମକୁ ଦେବୀଙ୍କ ସ୍ବମେୀଙ୍କ ମୁଣ୍ଡରେ ରଖି ତାଙ୍କୁ ଘରକୁ ବିଦାକଲେ। ପରେ ବିଜୟୀ ପାର୍ଥୀ ସୁନ୍ଦର ଦେବୀଙ୍କୁ ପୁଷ୍ପମାଲ୍ୟ ଅର୍ପଶ କରାଯାଇ ସ୍ବାଗତ କରାଗଲା। ମନୋବଳ ବୃଦ୍ଧି ପାଇଁ ଗ୍ରାମବାସୀଙ୍କ ଦ୍ୱାରା ନିଆଯାଇଥିବା ଏଭଳି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share