ସରପଞ୍ଚଙ୍କୁ ଅନାସ୍ଥା ଭୟ: ଭୋଜିଭାତ ଦେଇ ୱାର୍ଡମେମ୍ବରଙ୍କୁ ମୁଣ୍ଡିଆ ମାରିଲେ

ବଲାଙ୍ଗୀର ,୧୩।୮: ବଲାଙ୍ଗୀର ଜିଲା ତୁରକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ସରପଞ୍ଚ ଡୋଳାଧର ବାଗଙ୍କୁ ଘରାଛି ଅନାସ୍ଥା ଭୟ। ଅନାସ୍ଥାରୁ ରକ୍ଷା ପାଇବା ପାଇଁ ସରପଞ୍ଚ ବାଗ ୱାର୍ଡମେମ୍ବରମାନଙ୍କୁ ଭୋଜିଭାତ ଦେଇ ମୁଣ୍ଡିଆ ମାରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରଲ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ଏହି ବିଷୟରେ ସରପଞ୍ଚ ବାଗଙ୍କ କୌଣସି ପ୍ରତିକ୍ରିୟା ଆସି ନାହିଁ।

 

Share