ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌ ଚାନ୍ଦିପୁଟ ସରପଞ୍ଚ କନକଲତା ପାଲ ଓଡ଼ିଆ ଲେଖି ଜାଣି ନ ଥିବା ନେଇ ତାଙ୍କଠାରୁ ପରାଜିତ ହୋଇଥିବା ପ୍ରାର୍ଥୀ ଲଳିତା ବଡ଼ରଇତ ୨୦୨୨ ମସିହାରେ ମୋହନା ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୋଗ କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ବୁଧବାର ସରପଞ୍ଚ କନକଲତାଙ୍କୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଏଥିସହ ପଞ୍ଚାୟତରେ ପୁନଃ ନିର୍ବାଚନ ପାଇଁ ଜିଲା ନିର୍ବାଚନ ଅଧିକାରୀ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share