ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ମଧ୍ୟରେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେଇ ଉନ୍ନୟନମୂଳକ କାର୍ଯ୍ୟ ଓ ହିତାଧିକାରୀ ଚୟନ କରିବା, ଓ୍ବାର୍ଡସଭ୍ୟମାନଙ୍କ ଦ୍ୱାରା ସରପଞ୍ଚଙ୍କ ପାଇଁ ଅଣାଯାଉଥିବା ଅନାସ୍ଥା ପ୍ରସ୍ତାବକୁ ବନ୍ଦ କରିବା, ବିଡିଓଙ୍କ କାଉଣ୍ଟରଙ୍କ ସାଇନ ହଟାଯିବା, ଭତ୍ତା ବୃଦ୍ଧି ସହ ଅବସର ପରେ ଭତ୍ତା ପ୍ରଦାନ, ସରପଞ୍ଚମାନଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ, ମୃତ୍ୟୁକାଳୀନ ସହାୟତା ୫୦ ଲକ୍ଷ ଟଙ୍କା ସହାୟତା, ଜିଲା ସଦରମହକୁମା ଓ ରାଜଧାନୀରେ ସରପଞ୍ଚ ଭବନ ନିର୍ମାଣ ଆଦି ରହିଛି।