ପୋକରା ପିଡିଏସ୍‌ ଚାଉଳ ଫେରାଇଲେ ସରପଞ୍ଚ

ରିଆମାଳ, ୧୭ା୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ ବ୍ଲକ ମଳେହିପଡା ପଞ୍ଚାୟତରେ ବୁଧବାର ପିଡିଏସ୍‌ ଚାଉଳକୁ ସରପଞ୍ଚ ହାବିଲ ସାହୁ ଫେରାଇ ଦେଇଥିବା ଜଣାପଡିଛି। ଘଟଣା ଅନୁସାରେ ପଞ୍ଚାୟତକୁ କିଛି ମାସ ହେବ ଠିକ୍‌ ମାପଠାରୁ କମ୍‌ ଏବଂ ଅତି ନିମ୍ନମାନର ଚାଉଳ ଆସୁଥିବା ବାରମ୍ବାର ଯୋଗାଣ ବିଭାଗକୁ ଅଭିଯୋଗ କରି ଆସୁଥିଲେ। ବୁଧବାର ୪୭୫ ପ୍ୟାକେଟ ଚାଉଳ ଆସିଥିବାବେଳେ ଯୋଗାଣ ସହାୟିକା ସୁନୀତା ପ୍ରଧାନ ପୋକରା, ଧୁଳିଗୁଣ୍ଡା ଯୁକ୍ତ ତଥା ମୁଷାଲେଣ୍ଡି ଓ ଜାଲିଭିଡା ଚାଉଳ ଏବଂ ଫଟା ବସ୍ତାରେ ଆସିଥିବା ଦେଖିବାକୁ ପାଇଥିଲେ। ଫଳରେ ସେ ଏମଆଇ ଜୟନ୍ତ କୁଣ୍ଡୁ ଏବଂ ସରପଞ୍ଚ ହାବିଲ ସାହୁ, ସମିତି ସଭ୍ୟ ଅମୂଲ୍ୟ ପ୍ରଧାନଙ୍କୁ ଜଣାଇ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଗୋଦାମ ଘରକୁ ଡକାଇଥିଲେ। ସରପଞ୍ଚ ସାହୁ ଏବଂ ସମିତି ସଭ୍ୟ ପ୍ରଧାନ ସେଠାରେ ପହଞ୍ଚି ଅତି ନିମ୍ନମାନର ଚାଉଳ ଦେଖି ତାକୁ ଫେରାଇ ଦେବା ପାଇଁ କହିଥିଲେ। କାରଣ ଚାଉଳ ନେବା ସମୟରେ ଉପଭୋକ୍ତାମାନେ ନିମ୍ନମାନର ଚାଉଳ ପାଇଁ ଅସନ୍ତୋଷ ଜାହିର କରିବା ସହିତ ଗାଳିଗୁଲଜ କରିଥାଆନ୍ତି। ଚାଉଳ ପ୍ୟାକେଟରେ କମ ଆସୁଥିବାରୁ ବହୁ ସମୟରେ ଯୋଗାଣ ସହାୟିକା ନିଜ ହାତରୁ ଅର୍ଥ ବହନ କରୁଥିବା ଜଣାଇଥିଲେ। ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ଏହି ବିଷୟରେ ପଚାରିବାରୁ ଏମଆଇ କିମ୍ବା ସିଏସଓ ଏହାର ଉତ୍ତର ଦେଇ ପାରିବେ ବୋଲି କହିଥିଲେ। କିଛି ଦିନ ତଳେ ପିଡିଏସ୍‌ ସାମଗ୍ରିରେ ଆସୁତ୍ଥିବା ଗହମରେ କଣ୍ଟାଜାତୀୟ ଏକ ଫଳ ମିଶି ଆସୁଥିବାରୁ ଉପଭୋକ୍ତାମାନେ ଅସନ୍ତୋଷ ଜାହିର କରିଥିଲେ। ଏବେ ପ୍ରତ୍ୟେକ ପଂଚାୟତକୁ ଏହି ଭଳି ନିମ୍ନମାନର ଚାଉଳ ଆସୁଥିବାରୁ ଯୋଗାଣ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଲେ ଉପଭୋକ୍ତାମାନେ ଖାଇବା ଚାଉଳ ଗଣ୍ଡାକ ନେଇ ଖୁସିରେ ଖାଇପାରନ୍ତେ। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କରାଯାଏ ତା’ହେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଳେହିପଡା ସରପଞ୍ଚ ଓ ସମିତି ସଭ୍ୟ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଗର୍ଜିଲେ କେନ୍ଦୁପତ୍ର ତୋଳାଳି

ଦେବଗଡ଼ ,୧୮।୪,(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ କେନ୍ଦୁପତ୍ର ଡିଏଫଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦେବଗଡ଼ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ...

ଶପଥ ନେଲେ ଓକିଲ ସଂଘର ନୂତନ କର୍ମକର୍ତ୍ତା

ଦେବଗଡ,୧୮।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ନ୍ୟାୟଳୟ ପରିସରରେ ଗୁରୁବାର ଜିଲା ଓକିଲ ସଂଘ ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ...

ପ୍ରଧାନପାଟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ପୌରାଞ୍ଚଳ ପ୍ରଧାନପାଟ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଜିଲା ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । ବଲାଙ୍ଗୀର ଜିଲା ପାଟଣାଗଡ...

ଜନ୍ତୁ ଶିକାର ଉଦ୍ୟମ ପଣ୍ଡ: ବନ ବିଭାଗ ଦ୍ୱାରା ୨ ଗିରଫ

ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ତଥା ଦେବଗଡ ବନାଞ୍ଚଚଳ(ଦେବଗଡ ଫରେଷ୍ଟ ସେକ୍ସନ) ଅନ୍ତର୍ଗତ ଦେଓଝରଣ ଗ୍ରାମ ନିକଟସ୍ଥ ଝାଡେଶ୍ୱର ପିଆରଏଫ (ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ)ମଧ୍ୟରେ...

ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

ଧାନ ଅମଳ ମେଶିନ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଲା ହାଇୱା: ଜଣେ ମୃତ

ଦେବଗଡ଼,୮।୪:(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଆମ୍ବକଟା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଧାନ ଅମଳ ମେଶିନ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image