
ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ନବ ନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସମ୍ବର୍ଦ୍ଧନା ଦିଆଯାଇିଛି । ବ୍ଳକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ ଏବଂ ଗଞ୍ଜାମ ଜିଲା ସରପଞ୍ଚ ସଂଘ ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ମିଳିତ ତତ୍ତ୍ୱାବଧାନ ଏବଂ ବଡଡୁମୁଳା ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳୀ ଜାନୀଙ୍କ ସଂଯୋଜନାରେ ବି. ତୁରୁବୁଡି ପଞ୍ଚାୟତର ମାଁ ନିଜ ବାଙ୍କେଶ୍ବରୀ ପୀଠରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ବିଡ଼ିଓଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ କିପରି ପହଞ୍ଚି ପାରିବ ଏବଂ ବିଭିନ୍ନ ପଞ୍ଚାୟତର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ବିଡିଓ ଦୃଷ୍ଟି ଦେବାକୁ ନିବେଦନ କରାଯାଇଥିଲା।
ଏନେଇ ବିଡିଓ ସରପଞ୍ଚ ବୃନ୍ଦ ପ୍ରତିଟି କ୍ଷେତ୍ରରେ ବ୍ଲକ ପ୍ରଶାସନ ସହ ସମନ୍ବୟ ରକ୍ଷା କରି ପଞ୍ଚାୟତର ବିକାଶରେ ସହଯୋଗ କରିବାକୁ କହିଥିଲେ । ସରପଞ୍ଚ ସଂଘ ଉପସଭାପତି ତପନ କୁମାର ପ୍ରଧାନ , ସମ୍ପାଦକ ସନ୍ତୋଷ ଦୋରା , ସହ ସମ୍ପାଦକ ରବିଚନ୍ଦ୍ର ଗୈାଡ , ସରପଞ୍ଚ ରଞ୍ଜନ କୁମାର ସାହୁ , ଲିଙ୍ଗରାଜ ଦୋରା , ଏମ. ଶ୍ୟାମଘନ , ଗାୟତ୍ରୀ ବ୍ରହ୍ମା , ରଶ୍ମିତା ପ୍ରଧାନ , ଗୈାରୀ ବିଷୋୟୀ , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ଚିତ୍ରସେନ ଗୈାଡ , ଶିବରାମ ପ୍ରଧାନ, ଏମ. ସନ୍ତୋଷ , ଶ୍ୟାମ ନାୟକ , ସିମାଞ୍ଚଳ ଗୈାଡ ଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ ଉପସ୍ଥିତ ଥିଲେ ।