ଗ୍ରାମବାସୀଙ୍କୁ ନ ଜଣାଇ ପଲ୍ଲୀସଭା ଡାକିଥିଲେ ସରପଞ୍ଚ: ପ୍ରତିବାଦ କରିବାରୁ ପକାଇଲେ ଚାପୁଡାଏ

ଚିତ୍ରଡ଼ା,୨୯।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ପଲ୍ଲୀସଭା କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି।
ସୂଚନାଯୋଗ୍ୟ, ସରପଞ୍ଚ ଓ ପିଓ ପଲ୍ଲୀସଭା ନେଇ ଗ୍ରାମବାସୀଙ୍କୁ ଅବଗତ ନ କରି ଅଳ୍ପ କେତେକ ଲୋକଙ୍କଙ୍କୁ ନେଇ ସଭା କରିଥିଲେ। ଏହା ଜାଣି ଗ୍ରାମବାସୀ ପୂର୍ବରୁ ଯେଉଁ ସ୍ଥାନରେ ପଲ୍ଲୀ ସଭା ହେଉଥିଲା ସେଠାରେ ନ ହୋଇ କାହିଁକି ସ୍କୁଲରେ କରାଗଲା ତାହା ପଚାରିଥିଲେ। ପରେ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପାଟି ହୋଇଥିଲା। ଘଟଣାସ୍ଥଳରେ ସରପଞ୍ଚ ଜଶୁଭେନ୍ଦୁ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଚାପଡ଼ା ମାରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ସ୍କୁଲର ଗେଟ୍‌ ବନ୍ଦ କରି ରଖିଥିଲେ। ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ମାନି ନ ଥିଲେ। ବିଡିିଓ ଘଟଣାସ୍ଥଳକୁ ଆସି ସରପଞ୍ଚଙ୍କର ଏହିଭଳି ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ପରେ ସେମାନେ ସରପଞ୍ଚକୁ ଛାଡ଼ିଥିଲେ।

Share