ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ

ଚାନ୍ଦବାଲି, ୯।୧୦ (କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳେଶରପୁର ପଞ୍ଚାୟତ ସରପଞ୍ଚ ରାଶନ କାର୍ଡ ହାତେଇଥିବା ନେଇ ଭାଜପା ପକ୍ଷରୁ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ରାଶନ କାର୍ଡ ନମ୍ବର-୦୪୦୫୧୫୧୦୬୮୮ରେ ପରିବାର ମୁଖ୍ୟ ଭାବେ ସରପଞ୍ଚଙ୍କ ସ୍ତ୍ରୀଙ୍କ ନାମରେ ରହିଥିବା ବେଳେ କାର୍ଡ ନମ୍ବର ୦୪୦୫୧୫୧୧୦୩୮ରେ ସରପଞ୍ଚଙ୍କ ଭାଇଙ୍କ ସ୍ତ୍ରୀଙ୍କ ନାମରେ ରହିଛି। ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ଥିବାବେଳେ ଜଣେ ସରପଞ୍ଚ ଓ ତାଙ୍କ ପରିବାର ଲୋକ କାର୍ଡ ହାତେଇବା ବେଆଇନ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ନେତା ରମାକାନ୍ତ ଭଳ ବିଡିଓଙ୍କ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ସରପଞ୍ଚଙ୍କ ଭାଇଙ୍କ ସ୍ତ୍ରୀ ରାଶନ ବଣ୍ଟନ ଦାୟିତ୍ୱରେ ଥିବା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଥିବାବେଳେ ତାଙ୍କର ଦୁଇ ମହଲା କୋଠା ସହ ଚାରିଚକିଆ ଯାନ ରହିଛି। ଏସବୁ ପରେ ଜଣେ ଅଯୋଗ୍ୟ ରାଶନ କାର୍ଡ ହାତେଇଥିବା ଭାଜପା ନେତା ଚନ୍ଦନ ରାଉତ, ରମାକାନ୍ତ ଓ ଶଙ୍କର ସେନାପତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଅସିତ୍‌ କୁମାର ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି, ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଭଡ଼ାରେ ଲାଗିଛି ଆବାସ ଯୋଜନା ଘର: ଛଡାଇ ନେବ ବିଏମସି

ଭୁବନେଶ୍ୱର,୧୦।୧୦: ରାଜଧାନୀରେ ରାଜିବ ଆବାସ ଯୋଜନରେ ସରକାରଙ୍କ ଠାରୁ ମାଗଣାରେ ଘର ପାଇ ତାକୁ ଭଡାରେ ଦେଇ ମୋଟା ଅଙ୍କର ଟଙ୍କା କାମଉଛନ୍ତି। ନିଜକୁ ଭୂମିହୀନ,...

ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ...

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର,୧୦।୧୦: ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିଛି। ଯଶିପୁର କାଳିଆଣି ଗେଟ ଦେଇ...

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର,୧୦ା୧୦: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନ...

ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଟାଟା ଷ୍ଟିଲ ଯୋଡାରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଭାରତର ଅନ୍ୟତମ ସମ୍ମାନଜନକ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ଯୋଡା ପକ୍ଷରୁ ଏକ...

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ…

ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri