ପାଳନ କରିବେ ନାହିଁ ଗାନ୍ଧୀ ଜୟନ୍ତୀ

ଭଣ୍ଡାରିପୋଖରୀ,୧।୧୦(ରବିନାରାୟଣ ଖିଲାର): ଗାନ୍ଧୀ ଜୟନ୍ତୀ ପାଳନ କରିବେ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂଘ ସଭାପତି ସରପଞ୍ଚ ଅମୂଲ୍ୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦିକା ଦେବଦାସୀ ଜେନା, ସରପଞ୍ଚ ଅକ୍ଷୟ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ସତ୍ୟବ୍ରତ ପାଲ, ମୀନତି ସାହୁ, ବର୍ଷାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି ରବିବାରଠାରୁ ସେମାନେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଭାଗନେବେ ନାହିଁ ବୋଲି କହିଥିଲେ।

ଏପରିକି ପଞ୍ଚାୟତରେ ଅର୍ଥନୈତିକ କାରବାରକୁ ସ୍ଥାଣୁ କରିବା ପାଇଁ ଡିଜିଟାଲ ଦସ୍ତଖତକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ମୋଟାମୋଟି ଭାବେ ବ୍ଲକ ଅଧୀନ ୨୩ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଭଳି ଅବସ୍ଥା ଉପୁଜିଛି। ସରପଞ୍ଚ ରଞ୍ଜନ ପରିଡ଼ା, ସୁବାଶିନୀ ନାୟକ, ମୀନତି ପରିଡ଼ା, ସୁଜାତା ସାହୁ, ମଧୁସ୍ମିତା ସାହୁ, ବିଶ୍ୱନାଥ ସାହୁ, ସସ୍ମିତା ସେଠୀ ପ୍ରମୁଖ ରାଜ୍ୟ ସଂଘ ନିଷ୍ପତ୍ତି ଅନୁଯାୟୀ ସେମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଜଣାଇଥିଲେ। ବୈଠକ ଶେଷରେ ସରପଞ୍ଚମାନେ ବିଡିଓଙ୍କୁ ସାକ୍ଷାତ କରି ଦାବି ପୂରଣ ବାବଦରେ ଆଲୋଚନା କରିବା ସହ ପଞ୍ଚାୟତଗୁଡ଼ିକରେ ଅଚଳାବସ୍ଥାକୁ ନେଇ ସୂଚନା ଦେଇଥିଲେ।

Share