ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି,୮।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପୁଣେ ମଙ୍ଗଳବାର ସୁକମାଜଚରୁ ତାଙ୍କ ଗ୍ରାମ ପୋଗାବେଜୀ ଯାଉଥିଲେ। ହେଲେ ରାତିରେ ମାଓବାଦୀମାନେ ତାଙ୍କୁ ଡାକି ନେଇ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ବୁଧବାର ସକାଳେ ପୁଣେଙ୍କ ମୃତଦେହ ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର...

ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ମାଣ୍ଡିପଙ୍କା ଗସ୍ତ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ)-କନ୍ଧମାଳ ଜିଲାକୁ ୩ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟ ଖାଦ୍ୟ କମିଶନ ଇଂ ଅବନୀକାନ୍ତ ସାହୁ। ସେ ପ୍ରଥମେ ଦାରିଙ୍ଗବାଡିରେ...

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ...

ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍‌ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ବର୍ଷରେ…

ଭୁବନେଶ୍ୱର,୨୭।୧୧: ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri