କୀଟନାଶକ ପିଇ ଜୀବନ ହାରିଲେ ସରପଞ୍ଚଙ୍କ ସ୍ବାମୀ

ଆସିକା,୧୩ା୮(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡା ଥାନା ଅଧୀନ ମଞ୍ଚାପଡା ଗ୍ରାମର ରମେଶ ବେହେରା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ ହରିଡାପଦର ସରପଞ୍ଚ ଜୟନ୍ତୀ ବେହେରାଙ୍କ ସ୍ବାମୀ। ପରିବାର ଲୋକେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସା ଲାଗି ବ୍ରହ୍ମପୁର ବଡମେଡିକାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ବିଦେଶୀ ବେହେରା ବ୍ରହ୍ମପୁର ବିଏନପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତଦେହ ଗ୍ରାମକୁ ଅଣାଯାଇ ସତ୍କାର କରାଯାଇଥିଲା। ହେଲେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଳୀଖଟିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୧୦: ଆଜି ବି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ୨ୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ପରିଦର୍ଶନ କରିବେ।...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା, ସବୁ ଜଳିପୋଡ଼ି ଛାରଖାର

ଖଲ୍ଲିକୋଟ,୨୮ା୧୦: ଗଞ୍ଜାମ ଜିଲା ଖଲ୍ଲିକୋଟର କମଳାପଦର ଗାଁରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଗାଁର ୩ ପରିବାରର ୧୦ ବଖରା ଜଳିପୋଡ଼ି...

ପ୍ରକାଶ ସେଠୀଙ୍କ ନାଁରେ ୩ ଏତଲା

କଟକ ସଦର,୨୮ା୧୦(ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ବିଜେଡି ଛାଡ଼ି ଭାଜପାର ସଦସ୍ୟତା ଗ୍ରହଣ କରିଥିବା ନେଇ ଏକ ହ୍ବାଟ୍ସଆପ୍‌...

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୮ା୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ...

ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ...

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri