ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏବଂ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଅଡବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ ପ୍ରକାରେ, ଗ୍ରାମର ସରପଞ୍ଚଙ୍କ ସ୍ବାମୀ ନାବାଳିକାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ବିଭିନ୍ନ ସମୟରେ ନାବାଳିକାଙ୍କୁ ବଳାତ୍କାର କରୁଥିଲେ। ସେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଥାନାରେ ଅଭିଯୋଗ ହୋଇଥିଲା। ମୋହନା ଚାଇଲଡ୍ଡ ଲାଇନ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ। ଏ ନେଇ ପୋଲିସ ନଂ. ୧୩୮/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।